fbpx
BSKY
BJD MC SKY
BJD YOUTH SKY

ମୃତ କହି ମହିଳାଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, କର୍ମଚାରୀ ବ୍ୟାଗ ଖୋଲି ଦେଖିଲେ ତ…

ନୂଆଦିଲ୍ଲୀ: ହସ୍ପିଟାଲରେ ଚିକିତ୍ସା ସମୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଗଲେ ପରିବାର ଲୋକେ ଶବ ନ ନେବା ପର୍ଯ୍ୟନ୍ତ ତାହା ହସ୍ପିଟାଲର ଶବଗୃହରେ ରଖାଯାଏ । ଶବ ସହିତ ଏହି ଶବଗୃହରେ କାମ କରୁଥିବା କର୍ମଚାରୀମାନେ ବି ବେଶ୍ ସାହସୀ ହୋଇଥାନ୍ତି । କିନ୍ତୁ ଏହି ଶବ ମଧ୍ୟରୁ ଯଦି କେହି ଅଚାନକ ଜୀଇଁ ଉଠିଲା ତେବେ…? ବଡ ବଡ ସାହସୀ ବି ଏପରି ଘଟଣା ଆଗରେ ସବୁ ସାହାସ ହରାଇ ବସିବେ ।

ଗତ କିଛିଦିନ ତଳେ ବ୍ରାଜିଲର ସାଓ ଜୋସେ ରିଜିଓନାଲ ହସ୍ପିଟାଲରେ ଏପରି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏଠାରେ ଚିକିତ୍ସା ସମୟରେ ୯୦ ବର୍ଷୀୟା ନୋର୍ମା ସିଲଭେଇରା ଡା ସିଲଭାଙ୍କର ନଭେମ୍ବର ୨୫ରେ ମୃତ୍ୟୁ ହୋଇଯାଇଥିଲା । ନୋର୍ମାଙ୍କ ପରିବାର ଲୋକେ ଆସି ଶବ ନେଇଯିବା ପର୍ଯ୍ୟନ୍ତ ଶବକୁ ଏକ ବ୍ୟାଗ୍‌ରେ ହସ୍ପିଟାଲର ଶବଗୃହରେ ରଖାଯାଇଥିଲା । କିନ୍ତୁ ଏହାର କିଛି ଘଣ୍ଟା ପରେ ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ବ୍ୟାଗକୁ ଖୋଲିଥିଲେ ସେତେବେଳେ ନୋର୍ମା ନିଃଶ୍ୱାସ ନେଉଥିଲେ । ଏହାପରେ ସେ ତୁରନ୍ତ ସେହି ଶବକୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ।

ସେଠାରେ ନୋର୍ମା ୨ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଜୀବିତ ରହିବା ପରେ ୨୭ ନଭେମ୍ବରରେ ମୃତ୍ୟୁବରଣ କରିଥିଲେ ।
ନୋର୍ମାଙ୍କ ଲାଗି ୨ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରାଯାଇଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ହସ୍ପିଟାଲର ଅଧିକାରୀ, ବ୍ରାଜିଲର ମେଡିକାଲ ଏଥିକ୍ସ କମିଟି ଓ ଡେଥ୍ କମିଶନ ଏବେ ଏହି ଘଟଣାର ଯାଞ୍ଚ କରୁଛନ୍ତି କି ଜୀବିତ ଥିବା ସତ୍ତ୍ୱେ ମହିଳାଙ୍କୁ ଶବଗୃହକୁ କିପରି ପଠାଗଲା । ଏହି ଘଟଣାକୁ ନେଇ ନୋର୍ମାଙ୍କ ପରିବାର ଏବେ ହସ୍ପିଟାଲ ଉପରେ ମୋକଦ୍ଦମା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ନୋର୍ମାଙ୍କ ବାନ୍ଧବୀ କହିଛନ୍ତି ଯେତେବେଳେ ବ୍ୟାଗ୍ ଖୋଲାଯାଇଥିଲା ସେତେବେଳେ ସେ ବହୁତ କଷ୍ଟରେ ଧୀରେ ଧୀରେ ନିଃଶ୍ୱାସ ନେଉଥିଲେ । କିନ୍ତୁ ସେ ହୋସ୍‌ରେ ନ ଥିବାରୁ କାହାକୁ ସାହାଯ୍ୟ ମାଗି ପାରି ନ ଥିଲେ । ରାତି ୧୧ଟା ୪୦ରେ ମୃତ ଘୋଷିତ ହେବା ପରେ ରାତି ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସେ ଶବଗୃହରେ ଜୀଅନ୍ତା ଶବ ହୋଇ ରହିଥିଲେ ।

Get real time updates directly on you device, subscribe now.