fbpx

ଏବର୍ଷ ଭାରତରେ ଖେଳାଯିବନି IPL-2024 ! ଏହି କାରଣ ପାଇଁ ଅନ୍ୟ ଦେଶରେ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: IPL-2024 ପାଇଁ ଟ୍ରେଡ ୱିଣ୍ଡୋ ଶେଷ ହୋଇଯାଇଛି । ଏହାସହିତ ବର୍ତ୍ତମାନ ମିନି ଅକ୍ସନକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଡିସେମ୍ବର ତୃତୀୟ ସପ୍ତାହରେ ଏହି ଅକ୍ସନ ହେବାକୁ ଥିବା ବେଳେ ଖୁବଶୀଘ୍ର ୧୦ଟି ଦଳର ଚୂନାନ୍ତ ଖେଳାଳିଙ୍କ ତାଲିକା ସ୍ପଷ୍ଟ ହୋଇପାରିବ । କିନ୍ତୁ ଏହାଭିତରେ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ବର୍ଷର ଆଇପିଏଲ ଭାରତରେ ଆୟୋଜନ ହୋଇ ନ ପାରେ । ଅନ୍ୟ କୌଣସି ଦେଶରେ ଆଇପିଏଲ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଆଇପିଏଲ-୨୦୨୪ ଭାରତରେ ନ ହେବାର ଏକ ବଡ଼ କାରଣ ମଧ୍ୟ ରହିଛି । ଯେଉଁଥିପାଇଁ ପୂର୍ବରୁ ଅନ୍ୟ ଦେଶରେ ଆଇପିଏଲ ଆୟୋଜନ କରାଯାଇଛି । ଆସନ୍ତାବର୍ଷ ୨୦୨୪ ମସିହାରେ ଲୋକସଭା ନିର୍ବାଚନ ରହିଛି । ଯେଉଁଥିପାଇଁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନ୍ୟ ଏକ ଦେଶରେ ଖେଳା ଯାଇପାରେ । ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳା ଯିବାକୁ ଥିବା ବେଳେ ଏହି ସମୟରେ ନିର୍ବାଚନ ହୋଇପାରେ । ତେଣୁ ଉଭୟ ଇଭେଣ୍ଟ ଗୋଟିଏ ସମୟରେ ହୋଇପାରେ । ଯହାକୁ ନେଇ ଭାରତରେ ଆଇପିଏଲ-୨୦୨୪ ଖେଳାଯିବାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ନିର୍ବାଚନ ପାଇଁ ପୂର୍ବରୁ ମଧ୍ୟ ୨ ଥର ଆଇପିଏଲ ଅନ୍ୟ ଦେଶରେ ଆୟୋଜନ କରାଯାଇଛି । ୨୦୦୯ ଏବଂ ୨୦୧୪ ମସିହାରେ ଲୋକସଭା ନିର୍ବାଚନ ପାଇଁ ଭାରତ ବାହାରେ ଖେଳା ଯାଇଥିଲା ଆଇପିଏଲ ଟୁର୍ଣ୍ଣାମେଣ୍ଟ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଭାରତରେ ହିଁ ଆଇପିଏଲ ଆୟୋଜନ କରିବାରେ ସଫଳ ହୋଇଥିଲା ଭାରତୀୟ କ୍ରିକେଟ ବୋର୍ଡ । ତେଣୁ ଚଳିତବର୍ଷ ଆଇପିଏଲ କେଉଁଠି ଖେଳାଯିବ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସିସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.