fbpx

NH-20ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ-ଭ୍ୟାନ୍ ଧକ୍କାରେ ୮ ମୃତ, ୧୨ ଆହତ

ଆନନ୍ଦପୁର: ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦୁର୍ଘଟଣା ମାମଲା ସାମନାକୁ ଆସୁଛି । ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଯାଇଛି ଏଭଳି ଏକ ବଡ଼ ଦୁର୍ଘଟଣା । ଟ୍ରକ ଏବଂ ଭ୍ୟାନ୍ ମଧ୍ୟର ହୋଇଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟରାର ଶିକାର ହୋଇ ୧୨ ଜଣ ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ତାରିଣୀ ଦର୍ଶନ ପାଇଁ ଯିବା ବାଟରେ ଦୁର୍ଘଟରାର ଶିକାର ହୋଇଛି ଏକ ଭ୍ୟାନ୍ ।

ସୂଚନା ଅନୁଯାୟୀ, ୨୦ ନମ୍ବର ଜାତୀୟ ରାଜପଥ ବାଲିଯୋଡ଼ି ନିକଟରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯିବା ସମୟରେ ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଛି ଭ୍ୟାନ୍ । ଏହି ଧକ୍କାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ପରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ମେଡିକାଲରେ ଆଉ ଜଣେ ଶିଶୁ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ସେହିପରି ଦୁର୍ଘଟଣାରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟ ୬ ଜଣ ଆହତ କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ମୃତକଙ୍କ ମଧ୍ୟରେ ମାଆ, ପୁଅ ଏବଂ ବୋହୂ ରହିଛନ୍ତି । ତେବେ ମୃତକମାନେ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜାଣିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ କେନ୍ଦୁଝରକୁ ଆସିଥିଲେ ୨ଟି ପରିବାର । ତେବେ ମନ୍ଦିରଠାରୁ ମାତ୍ର ୩ କି.ମି. ପୂର୍ବରୁ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଭ୍ୟାନ ପଛ ପଟରୁ ଧକ୍କା ଦେଇଛି । ଫଳରେ ଭ୍ୟାନଟି ଚୁରମାର ହୋଇଯାଇଥିବା ବେଳେ ଉଭୟ ପରିବାରର ୨୦ ଜଣଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଦୁର୍ଘଟରା ପରେ ଭ୍ୟାନ୍ ଡ୍ରାଇଭର କେନ୍ଦୁଝର ଘଟଗାଁ ତାନାରେ ନିଜକୁ ଆତ୍ମସମର୍ପଣ କରିଛନ୍ତି ।

Get real time updates directly on you device, subscribe now.