fbpx

IND vs AUS T-20; ଚତୁର୍ଥ ମ୍ୟାଚ ସହ ସିରିଜ ହାତେଇଲା ଟିମ ଇଣ୍ଡିଆ: ୨୦ ରନରେ ମାତ୍ ଖାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଦୁର୍ବଳ ବ୍ୟାଟିଂ ପରେ ମଧ୍ୟ ଦମଦାର ବୋଲିଂ କରି ଅଷ୍ଟେଲିଆକୁ ଚକମା ଦେବାରେ ସଫଳ ହୋଇଛି ସୂର୍ଯ୍ୟବାହିନୀ । ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏବଂ ଦୀପକ ଚହରଙ୍କ ସଫଳତାରେ ସିରିଜ ହାତଛଡ଼ା କରିଛି ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚରେ ଭାରତର ବ୍ୟାଟିଂ ବିଭାଗ ଫେଲ ମାରିଥିବା ବେଳେ ଟିମ ଇଣ୍ଡିଆର ବୋଲିଂ ୟୁନିଟ ବିଜୟ ପ୍ରଦାନ କରିଛି । ତେବେ ମ୍ୟାଚରେ ଅକ୍ସର ପଟେଲ ମ୍ୟାଚରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ ଦୀପକ ଚହର ୨ଟି ସଫଳତା ପାଇଛନ୍ତି । ଫଳରେ ଏହି ମ୍ୟାଚକୁ ୨୦ ରନର ଜିତି ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍ ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଟି-୨୦ ସିରିଜକୁ ୩-୧ରେ ବିଜୟୀ ହୋଇ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ଉଚିତ ଜବାବ ଦେଇଛି ସୂର୍ଯ୍ୟବାହିନୀ । ପ୍ରଥମ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୧୭୪ ରନର ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ ଇଣ୍ଡିଆର ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି । ଟ୍ରାଭିସ ହେଡ ଏବଂ ଜୋସ ଫିଲିପେ ଦମଦାର ଆରମ୍ଭ କରିଥିବା ବେଳେ ୪୦ ରନରେ ପ୍ରଥମ ସଫଳତା ପାଇଥିଲେ ରବି ବିଷ୍ଣୋଇ । ଏହାପରେ ଟ୍ରାଭିସ ହେଡ, ଏରୋନ ହାର୍ଡି ଏବଂ ବେନ୍ ମଧ୍ୟ ପାଭିଲିୟନ ଫେରିଥିଲେ । ୪୦ ରନର ଓପନିଙ୍ଗ ପାର୍ଟନରସିପ ପରେ ମଧ୍ୟ ୮୭ ରନ ମଧ୍ୟରେ ଅଷ୍ଟ୍ରେଲିଆର ୪ଟି ୱିକେଟ ନେଇ ଭାରତର ବୋଲିଂ ୟୁନିଟ କମବ୍ୟାକ କରିଥିଲା । ତେବେ ଏହାପରେ ବଡ଼ ପାର୍ଟନରସିପ କରି ନ ପାରିବାରୁ ଅଷ୍ଟ୍ରେଲିଆ ମ୍ୟାଚରେ ପରାସ୍ତ ହୋଇଛି । ଏହାସହିତ ସିରିଜକୁ ମଧ୍ୟ କବଜା କରିଛି ସୂର୍ଯ୍ୟବାହିନୀ ।

ଏହି ମ୍ୟାଚରେ ଟିମ ଇଣ୍ଡିଆ ତରପରୁ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ସର୍ବାଧିକ ୩ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାପରେ କମବ୍ୟାକ ଷ୍ଟାର ଦୀପକ ଚହର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ଆଭେଶ ଖାନ୍ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି । ତେବେ ପ୍ରଥମ ଇନିଂସରେ ଷ୍ଟାର ପ୍ଲେୟର ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ କରି ଭାରତର ସ୍କୋର ୧୫୦ ପାର୍ କରାଇଥିଲେ । ଏହାବ୍ୟତୀତ ଜଏସ୍ୱାଲ ୩୭, ଋତୁରାଜ ୩୨ ଏବଂ ଜିତେଶ ଶର୍ମା ୩୩ ରନ୍ କରି ଦଳକୁ ୧୭୪ ରନରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.