ନୂଆଦିଲ୍ଲୀ: ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା ସବୁଠାରୁ କଡାକଡି ରହିଥାଏ । ଏଠାରେ ଏପରି ବହୁ ଅଞ୍ଚଳ ରହିଛି ଯାହା ଦେଶର ସବୁଠାରୁ ଭିଭିଆଇପି ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଏହି ଅଞ୍ଚଳରେ ନେତା, ମନ୍ତ୍ରୀ, ଅଧିକାରୀ, ବଡ ବ୍ୟବସାୟୀଙ୍କ ସହିତ ବହୁ ନାମୀ ଓ ପ୍ରତିଷ୍ଠିତ ଲୋକ ରହିଥାନ୍ତି । ଏଥିମଧ୍ୟରୁ ଗୋଟିଏ ଅଞ୍ଚଳ ହେଉଛି ସୈନିକ ଫାର୍ମ । ଏଠାରେ ଆଜି ସକାଳେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଯେତେବେଳେ ଲୋକମାନେ ସଡକରେ ଏକ ଚିତାବାଘ ବୁଲୁଥିବାର ଦେଖିଥିଲେ ।
VIDEO | A leopard was spotted in Delhi's Sainik Farms earlier today. Forest department team on the spot. More details are awaited.
(Audio muted due to abusive language) pic.twitter.com/rgpn6PeuQp
— Press Trust of India (@PTI_News) December 2, 2023
ଲୋକମାନେ ତୁରନ୍ତ ଦିଲ୍ଲୀ ପୋଲିସ ଓ ବନ ବିଭାଗକୁ ଏ ବିଷୟରେ ସୂଚନା ଦେଇଥିଲେ । ଯେହେତୁ ଏହି ଅଞ୍ଚଳରେ ହାଇ ପ୍ରୋଫାଇଲ ଲୋକ ରହୁଛନ୍ତି ତେଣୁ ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ବନ ବିଭାଗ ଟିମ୍ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲେ ଓ ଚିତାକୁ ଖୋଜିବା ଆରମ୍ଭ କରିଦେଇଥିଲେ । ଚିତାକୁ ଖୋଜିବାକୁ ୪୦ ସଦସ୍ୟଙ୍କ ଏକ ଟିମ୍ ଏବେ ଲାଗି ପଡିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାକୁ କାବୁ କରିପାରି ନାହାନ୍ତି । ଅନ୍ୟପକ୍ଷରେ ସୈନିକ ଫାର୍ମ ସଡକରେ ଚିତା ବୁଲୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।