fbpx
BJD SKY
BJD SKY

ପୁତିନଙ୍କ ହତ୍ୟା… ୟୁରୋପର ଆତଙ୍କ… ୨୦୨୪ ବର୍ଷ ପାଇଁ ବାବା ଭେଙ୍ଗା କରିଛନ୍ତି ଏହି ଭବିଷ୍ୟବାଣୀ

BJD

ନୂଆଦିଲ୍ଲୀ: ୨୦୨୩ ମସିହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ୩୦ ଦିନରେ ସରିଯିବ ଡିସେମ୍ବର ମାସ, ଏହାସହ ୨୦୨୩ ମସିହା ମଧ୍ୟ ବିଦାୟ ନେବ । ତେବେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ୨୦୨୪ର ଏହି ନବବର୍ଷକୁ ସ୍ୱାଗତ ପାଇଁ ଅନେକ ଲୋକ ନିଜ ନିଜର ପ୍ଲାନ ଆରମ୍ଭ କରି ସାରିଛନ୍ତି । ଏହି ବର୍ଷ ସମସ୍ତଙ୍କ ପାଇଁ ଅନେକ କିଛି ଘଟଣା ଦୁର୍ଘଟରା ନେଇ ଆସିବ । ତେବେ ଆସନ୍ତା ବର୍ଷରେ ହେବାକୁ ଥିବା ଏଭଳି କିଛି ଘଟଣାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା ।

ପୁତିନଙ୍କ ହତ୍ୟା: ୨୦୨୪ ପାଇଁ ଭେଙ୍ଗା ବାବା କରିଥିବା ଭବିଷ୍ୟବାଣୀ ଭିତରେ ସବୁଠାରୁ ବଡ଼ ଘଟଣା ହେଉଛି ପୁତିନଙ୍କ ହତ୍ୟା । ଏହିବର୍ଷ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କୁ ହତ୍ୟା କରାଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଭେଙ୍ଗା ବାବା । ଏଥିପାଇଁ ଜଣେ ଋଷ ନାଗରିକ ହିଁ ଅଭିଯୁକ୍ତ ରହିବେ ବୋଲି ମଧ୍ୟ ସେ ନିଜ ଭବିଷ୍ୟବାଣୀ କହିଛନ୍ତି ।

ୟୁରୋପର ଆତଙ୍କ: ସାରା ୟୁରୋପରେ ଆତଙ୍କବାଦୀ ବୃଦ୍ଧିକୁ ନେଇ ମଧ୍ୟ ଭେଙ୍ଗା ବାବା ଭବିଷ୍ୟବାଣୀ କରିଛନ୍ତି । ତେବେ ଏହାର ସମାଧାର ପାଇଁ ମଧ୍ୟ ସେ ରାସ୍ତା ଦେଖାଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ୨୦୨୪ ମସିହାରେ ଜୈବିକ ଅସ୍ତ୍ରର ପରୀକ୍ଷଣ କରିପାରେ କିମ୍ବା ଆକ୍ରମଣର ସାମ୍ନା କରିପାରେ । ବାବାଙ୍କ ଏହି ଭବିଷ୍ୟବାଣୀ ସମସ୍ତ ୟୁରୋପୀୟ ଦେଶଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଜଳବାୟୁ ସମସ୍ୟା: ୨୦୨୪ ମସିହାରେ ପ୍ରାକୃତିକ ବିପତ୍ତିର ବୃଦ୍ଧିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ଏଥିରେ ଜଳବାୟୁ ସମ୍ବନ୍ଧୀୟ ଘଟଣାମାନ ସହିତ ବିକିରଣ ସ୍ତରରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ସାମିଲ ରହିଛି ।

ଆର୍ଥିକ ସଙ୍କଟ: ଋଣବୃଦ୍ଧି, ବୈଶ୍ୱିକ ସ୍ତରରେ ଉତ୍ତେଜନା ଏବଂ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ସତ୍ତାରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ସମୟରେ ଆର୍ଥିକ ସଂକଟ ହୋଇପାରେ ବୋଲି ଇସାରା ଦେଇଛନ୍ତି ଭବିଷ୍ୟବକ୍ତା ବାବା ଭେଙ୍ଗା ।

ସାଇବର ଆକ୍ରମଣ: ଭେଙ୍ଗା ବାବାଙ୍କ ଅନୁସାରେ, ହ୍ୟାକର୍ସ ମାନେ ପାୱାର ଗ୍ରୀଡ ଏବଂ ୱାଟର ଟ୍ରିଟମେଣ୍ଟ ଫ୍ୟାସିଲିଟି ଭଳି ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରକୁ ଟାର୍ଗେଟ କରିପାରନ୍ତି । ଏହାଦ୍ୱାରା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି ହୋଇପାରେ ।

୨୬ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିବା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି । ଏଥିରେ ୯/୧୧ ଆକ୍ରମଣ ଏବଂ ୟୁକ୍ରେନ ଯୁଦ୍ଧ ଇତ୍ୟାଦି ସମିଲ ରହିଛି । ତେବେ ୨୦୨୪ ପାଇଁ ସେ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି । ତେବେ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ । କିନ୍ତୁ ତାଙ୍କର କିଛି ଭବିଷ୍ୟବାଣୀ ସତ ହେବାର ଦେଖା ଯାଇଥିବାରୁ ଏସବୁ ଭବିଷ୍ୟବାଣୀ ମଧ୍ୟ ସତ ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.