fbpx

(video)ହନୁମାନଙ୍କ ରୂପ ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଲୋଡିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ସ୍ପଷ୍ଟ ହୋଇଯିବ । ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା , ଛତିଶଗଡରେ ଆଜି ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଯିବ । ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଦଳର କାର୍ଯ୍ୟାଳୟରେ ବେଶ୍ ଯୋଶ୍ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସଛି ଯେଉଁଠାରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଜଣେ କଂଗ୍ରେସ ନେତା ଏକ ଅଲଗା ରୂପରେ ନଜର ଆସୁଛନ୍ତି । ଏହି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଦେଖି ଆପଣ ଚକିତ ହୋଇପଡିବେ ନିଶ୍ଚୟ । କାର୍ଯ୍ୟକର୍ତ୍ତାଙ୍କ ଏହି ରୂପକୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛି କି ଏବେ କଂଗ୍ରେସକୁ ବି ଭଗବାନ ରାମଙ୍କ ସାହାରା ନେବାକୁ ପଡିଛି ।

ଏଏନ୍‌ଆଇ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ଭଗବାନ ହନୁମାନଙ୍କ ରୂପରେ ନଜର ଆସୁଛନ୍ତି । କେବଳ ଏତିକି ନୁହେଁ ସେ ଜୟ ଶ୍ରୀରାମ ନାରା ବି ଦେଉଛନ୍ତି । ଏହା ସହିତ ଢୋଲ ବାଦ୍ୟ ମଧ୍ୟ ଶୁଣିବାକୁ ମିଳୁଛି । ଏହି ଦୃଶ୍ୟ କୌଣସି ରାଜ୍ୟ କାର୍ଯ୍ୟାଳୟର ନୁହେଁ ବରଂ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟର । ହନୁମାନ ବେଶ ଧାରଣ କରିଥିବା ଏହି କାର୍ଯ୍ୟକର୍ତ୍ତା ହନୁମାନଙ୍କ ମୁଖା ଲଗାଇବା ସହ ହାତରେ ଗଦା ଧରିଛନ୍ତି ।

Get real time updates directly on you device, subscribe now.