fbpx

ଚକିତ ହୋଇଗଲେ ବିଶ୍ୱବାସୀ! ଏକ ବିଦ୍ୟୁତ ବଲବ କ୍ରମାଗତ ୧୨୨ ବର୍ଷ ଧରି ଜଳୁଛି, ଏହା କିପରି ସମ୍ଭବ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ଘରମାନଙ୍କରେ ବ୍ୟବହାର କରୁଥିବା ବିଦ୍ୟୁତ ବଲବ ଅତିବେଶିରେ ୨-୪ ବର୍ଷ ପର୍ଯ୍ୟନ୍ତ ଜଳିଥାଏ । ଏହାପରେ ଧୀରେଧୀରେ ଉକ୍ତ ବଲବଟି ଖରାପ ହୋଇଯାଇଥାଏ । ଫଳରେ ଆମକୁ ପୁଣି ଏକ ନୂଆ ବଲବ କିଣି ଲଗାଇବାକୁ ପଡ଼ିଥାଏ । ତେବେ ଏହା ମଧ୍ୟରେ ଏକ ଅବିଶ୍ୱସନୀୟ କଥା ଶୁଣିବାକୁ ମିଳିଛି । ଗୋଟିଏ ବଲବ ବର୍ଷେ ଦୁହେଁ କି ଦୁଇବର୍ଷ ନୁହେଁ, ୧୦୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ଜଳୁଛି ଓ ଆଲୋକ ପ୍ରଦାନ କରୁଛି ।

ସୂଚନା ମୁତାବକ, ଆମେରିକାର ଲିଭରମୋର ସହରରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସହାର ଫାୟାର ବ୍ରିଗେଡ ବିଭାଗର ଗ୍ୟାରେଜରେ ଉକ୍ତ ବଲବଟି ଲାଗିଛି । ଦୀର୍ଘ ବର୍ଷ ଧରି ଜଳିବା ପରେ ଉକ୍ତ ସ୍ଥାନଟି ଏବେ ବଲବ ପାଇଁ ବେଶି ପରିଚିତି ହାସଲ କରିପାରିଛି । ସାଧାରଣ ବଲବ ୧-୨ ବର୍ଷ ଯାଉନଥିବା ବେଳେ ଗୋଟିଏ ବଲବ ଶତାଧିକ ବର୍ଷ କିପରି ଜଳିପାରୁଛି ଏହା ନିଶ୍ଚିତ ଭାବେ ଏକ ବିରଳ ଘଟଣା ।

ତେବେ ଉକ୍ତ ବଲବର ନାମ ହେଉଛି ସେଟେନିୟମ ଓ ତାହାକୁ ୧୯୦୧ ମସିହାରେ ପ୍ରଥମ ଥର ପାଇଁ ଜଳାଯାଇଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ ବଲବଟି କ୍ରମାଗତ ଭାବେ ଜଳି ଆସୁଛି । ସେତେବେଳେ ବଲବଟି ୬୦ ୱାଟ ବିଶିଷ୍ଟ ରହିଥିବା ବେଳେ ପରେ ସମୟକ୍ରମେ ତା’ର ଆଉଟପୁଟ୍ କମ୍ ହେବାରେ ଲାଗିଥିଲା । ୨୦୨୧ ମସିହା ବେଳକୁ ବଲବର ଲାଇଟ ହ୍ରାସ ପାଇବା ସହ ତାହା ୪ ୱାଟରେ ପହଞ୍ଚିଥିଲା । ଉକ୍ତ ବଲବକୁ ଓହିୟୋର ଶେଲବୀ ସ୍ଥିତ ଶେଲବୀ ଇଲେକ୍ଟ୍ରୋନିକ ନାମକ ଏକ କମ୍ପାନୀ ନିର୍ମାଣ କରିଥିଲା । ୧୮୯୦ ମସିହା ଶେଷ ଆଡ଼କୁ ବଲକୁ ତିଆରି କରାଯାଇଥିବା କୁହାଯାଉଛି । ଉକ୍ତ ବଲବକୁ ଲିଭରମୋର ପାୱାର ଆଣ୍ଡ ୱାଟର କମ୍ପାନୀର ମାଲିକ ଡେନିଲ ବରନେଲ ନାମକ ଜଣେ ଯୁବକ କିଣିଥିଲେ । ତେବେ ବଲକୁ କିଣିବା ପରେ ଯୁବକ ଜଣଙ୍କ ତାହାକୁ ଫାୟାର ଷ୍ଟେସନକୁ ଦାନ କରିଦେଇଥିଲେ ।

Get real time updates directly on you device, subscribe now.