fbpx
BSKY
BJD SHG SKY
BJD YOUTH SKY

ଆଉ ନାହାନ୍ତି ସଭିଙ୍କ ପ୍ରିୟ ଇନ୍ସପେକ୍ଟର ଫ୍ରେଡିକ୍ସ: ଶୋ ‘CID’ରୁ ପାଇଥିଲେ ଲୋକପ୍ରିୟତା

ମୁମ୍ବାଇ: ଟିଭି ଦୁନିଆରୁ ଆସିଛି ଆଉ ଏକ ଦୁଃଖଦ ଖବର । ଲୋକପ୍ରିୟ ଶୋ CIDରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡ଼ନୀସ ଆଉ ନାହାନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ସମୟରେ ତାଙ୍କୁ ୫୭ ବର୍ଷ ହୋଇଥିବା ଜଣାପଡ଼ିଛି ।

କିଛି ଦିନ ତଳେ ହାର୍ଟ ଆଟାକରେ ପୀଡ଼ିତ ହୋଇ ଦୀନେଶ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଭେଣ୍ଟିଲେଟରରେ ରହିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ତେବେ ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ତାଙ୍କ କୋ-ଷ୍ଟାର ଦୟାନନ୍ଦ ଶେଟ୍ଟୀ ସୂଚନା ଦେଇଛନ୍ତି ।

ଦୀନେଶଙ୍କ ମୃତ୍ୟୁ ଦ୍ୱାରା ସମସ୍ତ ଟେଲିଭିଜନ ଜଗତକୁ ଏକ ବଡ଼ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବର ପାଇ ସମସ୍ତ ଟେଲି ଜଗତ ଶୋକରେ ବୁଡ଼ି ଯାଇଛି । ଅନେକ ଟେଲି କଳାକାର ଏ ନେଇ ଶୋକ ପ୍ରକାଶ କରିଛନ୍ତି ।

ଲୋକପ୍ରିୟ ଶୋ CIDରେ ସେ ଇନ୍ସପେକ୍ଟର ଫ୍ରେଡିକ୍ସ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥଲେ ଦୀନେଶ । ହେଲେ କିଛି କିଛି ଦିନ ତଳେ ସେ ଅଚାନକ ଅଭିନୟ ଜଗତରୁ ଉଭାନ ହୋଇ ଯାଇଥିଲେ । ତେବେ ସେ ମରାଠୀ ସିନେମାରେ ଅଭିନୟ କରୁଥିବା ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା ।

Get real time updates directly on you device, subscribe now.