fbpx

‘ଆଲ୍ଲା ହୋ ଆକବର’ ସ୍ଲୋଗାନ ଦେଇ ପର୍ଯ୍ୟଟକଙ୍କ ଉପରକୁ କଲେ ଆକ୍ରମଣ: ଜଣେ ମୃତ ୨ ଆହତ

ନୂଆଦିଲ୍ଲୀ: ପ୍ୟାରିସର ଆଇଫିଲ ଟାୱାର ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜର୍ମାନ ପର୍ୟ୍ୟଟକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦୁଇ ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଅଜଣା ବ୍ୟକ୍ତି ଜଣଙ୍କ ଏକ ଧାରୁଆ ଛୁରୀ ସାହାଯ୍ୟରେ ବିଦେଶୀ ପର୍ୟ୍ୟଟକ ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିଲା।

ଗତ ଶନିବାର ସନ୍ଧ୍ୟାରେ ପ୍ୟାରିସରେ ଥିବା ଆଇଫିଲ ଟାୱାରକୁ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଦମ୍ପତ୍ତିଙ୍କୁ ଏକ ଛୁରୀ ଧରି ଦୁର୍ବୃତ୍ତ ଜଣଙ୍କ ଆକ୍ରମଣ କରିଥିଲେ । ଏହା ଦ୍ୱାରା ଉକ୍ତ ଦମ୍ପତ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ସେ ଅନ୍ୟ ଦୁଇ ଜଣଙ୍କୁ ହାତୁଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣକାରୀଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ସେ ଫ୍ରାନ୍ସର ବାସିନ୍ଦା ବୋଲି ଜଣା ପଡ଼ିଛି । ତେବେ ଦୁର୍ବୃତ୍ତ ଜଣଙ୍କ ଆକ୍ରମଣ ପରେ ‘ଅଲ୍ଲା ହୋ ଆକବର’ ବୋଲି ମଧ୍ୟ ଚିକ୍ରାର କରିଥିଲେ । ଆକ୍ରମଣକାରୀଙ୍କୁ ରୋକିବା ପାଇଁ ପୁଲିସ ତାଙ୍କ ଉପରେ ଦୁଇଥର ଗୁଳି ଚଳାଇଥିଲା।

ତେବେ ଏହି ଘଟଣାରେ ଉକ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ପ୍ୟାରିସ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥି ସହିତ ଆକ୍ରମଣକାରୀ ମାନସିକ ରୋଗରେ ପୀଡ଼ିତ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଏହି ଘଟଣାରେ ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଜେରାଲ୍ଡ ଡାରମାନିନ କହିଛନ୍ତି ଯେ ଆକ୍ରମଣକାରୀ ୨୦୧୬ ରେ ଆକ୍ରମଣ ଯୋଜନା କରିବା ଅଭିଯୋଗରେ ଚାରି ବର୍ଷ ଜେଲରେ ଥିଲେ। ତେବେ ତାଙ୍କ ଯୋଜନା ସେତେବେଳେ ସଫଳ ହୋଇନଥିଲା। ଏହି ଘଟଣାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ମୃତକ ଏବଂ ଆହତଙ୍କ ପରିବାରକୁ ନିଜର ସମବେଦନା ଜଣାଇଛନ୍ତି ।

ଗିରଫ ପରେ ଆକ୍ରମଣକାରୀ କହିଥିଲେ ଯେ ପାଲେଷ୍ଟାଇନରେ ମୁସଲମାନମାନଙ୍କୁ ହତ୍ୟା କରାଯିବା ନେଇ ସେ ଚିନ୍ତିତ ଅଛନ୍ତି। ଗାଜାର ପରିସ୍ଥିତିକୁ ତାଙ୍କୁ ଚିନ୍ତିତ କରିଛି। ତେବେ ଗାଜାରେ ଘଟୁଥିବା ଘଟଣାରେ ଫ୍ରାନ୍ସ ଇସ୍ରାଏଲକୁ ସମର୍ଥନ କରୁଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସ ୭ ତାରିଖରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଇହୁଦୀ ଏବଂ ମୁସଲମାନ ଜନସଂଖ୍ୟା ବହୁଳ ଫ୍ରାନ୍ସରେ ଉତ୍ତେଜନା ବୃଦ୍ଧି ପାଇଛି। ୨୦୨୪ ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପ୍ୟାରିସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଏହି ଆକ୍ରମଣ ପରେ ସମଗ୍ର ଦେଶରସୁରକ୍ଷା ବ୍ୟବସ୍ଥା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.