fbpx
BSKY
BJD SHG SKY
BJD YOUTH SKY

ସୂର୍ଯ୍ୟ ପରି କାର୍ଯ୍ୟ କରିବ ବିଶ୍ୱର ବୃହତ୍ତମ ପରମାଣୁ ରିଆକ୍ଟର

ଜାପାନ ବିଶ୍ୱର ସବୁଠାରୁ ବଡ଼ ନ୍ୟୁକ୍ଲିୟର ଫ୍ୟୁଜନ୍ ରିଆକ୍ଟର ଆରମ୍ଭ କରିଛି । JT-60SA ନାମକ ଏହି ବିଶାଳ ମେଶିନ୍ ଟୋକିଓର ଉତ୍ତରରେ ଥିବା ଏକ ହ୍ୟାଙ୍ଗରରେ ସ୍ଥାପିତ କରାଯାଇଛି । ଏହା ସ୍ୱଚ୍ଛ ଏବଂ ଅସୀମିତ ଶକ୍ତିର ସନ୍ଧାନରେ ପ୍ରତିନିଧିତ୍ୱ କରିଥାଏ । କହିରଖୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟ ଫ୍ୟୁଜନ୍ ଦ୍ୱାରା ସଂଚାଳିତ ହେଉଛି ।

ରିପୋର୍ଟ ଅନୁଯାୟୀ ବୃହତ ସ୍ତରରେ ସୁରକ୍ଷିତ ଏବଂ କାର୍ବନ ମୁକ୍ତ ଶକ୍ତି ଉତ୍ପାଦନ କରିବା ପାଇଁ ଏହି ନ୍ୟୁକ୍ଲିୟର ଫ୍ୟୁଜନ୍ ରିଆକ୍ଟର ନିର୍ମାଣ କରାଯାଇଛି । JT-60SA ହେଉଛି ଛଅ ମହଲା ବିଶିଷ୍ଟ ଟୋକାମକ, ୨୦୦ ମିଲିୟନ(୨୦ କୋଟି ଡିଗ୍ରୀ ସେଲସିୟସ) ପର୍ଯ୍ୟନ୍ତ ଗରମ ପ୍ଲାଜ୍‌ମା ରଖିବା ଓ ନିୟନ୍ତ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପରେ ଦେଶ ଏବଂ ଲୋକମାନଙ୍କ ଆବଶ୍ୟକତା ଅନୁସାରେ ଏହା ବୃହତ ସ୍ତରରେ ପ୍ରତିଷ୍ଠିତ ହୋଇପାରିବ । ୟୁରୋପୀୟ ସଂଘ ଏବଂ ଜାପାନ ମଧ୍ୟରେ ଏହି ମିଳିତ ଉଦ୍ୟମ ଫ୍ରାନ୍ସରେ ନିର୍ମାଣଧୀନ ଆନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପ୍ରାୟୋଗିକ ରିଆକ୍ଟର (ITER)ର ଅଗ୍ରଦୂତ ଭାବରେ କାର୍ଯ୍ୟ କରୁଛି । ଉଭୟ ପ୍ରକଳ୍ପ ଫ୍ୟୁଜନରୁ ଶୁଦ୍ଧ ଶକ୍ତି ପ୍ରାପ୍ତ କରିବାର ଲକ୍ଷ ରଖିଥାଏ ।

JT-60SA ର ଡେପ୍ୟୁଟି ପ୍ରୋଜେକ୍ଟ ଲିଡ଼ରଙ୍କ ସାମ୍ ଡ଼େଭିସଙ୍କ କହିବାନୁଯାୟୀ ଏହା ଦ୍ୱାରା ଲୋକମାନେ ଫ୍ୟୁଜନ ଶକ୍ତି ଆଡ଼କୁ ମୁହାଁଇବେ । ଏହାକୁ ନିର୍ମାଣ କରିବା ପାଇଁ ୟୁରୋପ ଏବଂ ଜାପାନର ପ୍ରାୟ ୫୦ଟି କଂପାନୀରୁ ୫୦୦ ବୈଜ୍ଞାନିକ ଏବଂ ଇଂଜିନିୟରମାନେ ନିୟୋଜିତ ହୋଇଥିଲେ । ଏହା ବିଶ୍ୱର ସବୁଠାରୁ ଆଡ଼ଭାନ୍ସ ଟୋକାମାକ୍ । ଏହି ଫ୍ୟୁଜନ୍ ଶକ୍ତି ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

 

Get real time updates directly on you device, subscribe now.