fbpx

ସିଇଓ ଅଫ୍ ଦି ଇୟର ହେଲେ ସାମ୍ ଅଲ୍‌ଟମ୍ୟାନ୍‌, ପ୍ରଶଂସାରେ ପୋତି ପକାଇଲେ ବିଲ୍ ଗେଟସ୍‌

ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍ ପକ୍ଷରୁ OpenAIର ପ୍ରତିଷ୍ଠାତା ସାମ୍ ଅଲ୍‌ଟମ୍ୟାନଙ୍କୁ ସିଇଓ ଅଫ୍ ଦି ଇୟର ଭାବରେ ଚୟନ କରାଯାଇଛି । ଦେଖିବାକୁ ଗଲେ ଚଳିତ ବର୍ଷ ଚାଟ୍ ଜିପିଟି ଓ ସାମ୍ ଅଲ୍‌ଟମ୍ୟାନଙ୍କ ବର୍ଷ ହିଁ ରହିଛି । OpenAI ର ପ୍ରଭାବରୁ ଲୋକମାନେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIକୁ ଗମ୍ଭୀରତାର ସହ ନେଉଛନ୍ତି । ଟାଇମ୍ ମାଗାଜିନ୍‌ରେ ସାମ୍ ଅଲ୍‌ଟମ୍ୟାନଙ୍କ ବିଷୟରେ ଲେଖାଯାଇଛି କି ଚାଟ୍ ଜିପିଟି ଓ ଏହାର ଉତ୍ତରାଧିକାରୀ ଜିପିଟି ୪ ସାରା ବିଶ୍ୱରେ ଏକ ପରିବର୍ତ୍ତନର ପ୍ରତୀକ ।

ଚଳିତ ବର୍ଷ ୩୦ ନଭେମ୍ବରରେ ଟାଇମ୍ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସାମ୍ ଅଲ୍‌ଟମ୍ୟାନ କହିଥିଲେ ୨୦୨୩ରେ ବହୁ ଲୋକ ଏଆଇକୁ ଗମ୍ଭୀରତାର ସହ ନେବାକୁ ଆରମ୍ଭ କରିଛନ୍ତି । ସାମ୍ ଅଲ୍‌ଟମ୍ୟାନ କହିଥିଲେ ଏକ ସୁପର ଇଣ୍ଟେଲିଜେନ୍ସ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ଥିଲା ।
OpenAI କୁ ଏକ ନନ୍ ପ୍ରଫିଟ୍ ଅର୍ଗାନାଇଜେସନ ଭାବରେ ଆରମ୍ଭ କରାଯାଇଛି । ଏଆଇ ଉପରେ କାମ କରିବା ଲାଗି ଏହି କମ୍ପାନୀର ପ୍ରତିଷ୍ଠା ହୋଇଥିଲା । ଏହାର ଲକ୍ଷ୍ୟ ଥିଲା ମାନବର ବିକାଶ ଦିଗରେ ଏଆଇର ଯୋଗଦାନ ଉପରେ ଫୋକସ୍ କରିବା । ଏବେ ଏହି କମ୍ପାନୀର ମୂଲ୍ୟ ୮୦ ବିଲିୟନ ଡଲାରରେ ପହଞ୍ଚିଛି ।

ଟାଇମ୍ ମାଗାଜିନ୍ ପକ୍ଷରୁ ସିଇଓ ଅଫ୍ ଦି ଇୟର ଭାବରେ ଚୟନ କରାଯିବା ପରେ ବିଲ୍ ଗେଟସ୍ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ସେ ଏଆଇ କ୍ରାନ୍ତି ଲାଗି –ର ପ୍ରତିଷ୍ଠାତାଙ୍କୁ ଶ୍ରେୟ ଦେଇଛନ୍ତି ଓ ତାଙ୍କୁ ସେନାପତି ଆଖ୍ୟା ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ୩୦ ନଭେମ୍ବରକୁ ଚାଟ୍ ଜିପିଟିକୁ ଏକ ବର୍ଷ ପୂରଣ ହୋଇଯାଇଛି । ଏ ପର୍ଯ୍ୟନ୍ତ ଏହାର ୟୁଜର୍ସ ଙ୍କ ସଂଖ୍ୟା ୧୦୦ମିଲିୟନ୍ ଟପିଗଲାଣି ।

Get real time updates directly on you device, subscribe now.