‘Rizz’ ୱାର୍ଡ଼ ଅଫ୍ ଦି ଇୟର ୨୦୨୩, ଅକ୍ସଫର୍ଡ଼ ୟୁନିଭର୍ସିଟି ତରଫରୁ ଘୋଷଣା

ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ନୂଆ ନୂଆ ଶବ୍ଦର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଲମ୍ବା ଶବ୍ଦ ପରିବର୍ତ୍ତେ ଛୋଟ ଶବ୍ଦ ବା ଇମୋଜି ବ୍ୟବହାର କରାଯାଉଛି । ଏଥିଧ୍ୟରେ ‘Rizz’ ଶବ୍ଦର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ‘Rizz’ ଶବ୍ଦ ଏକ ସ୍ଲାଙ୍ଗ୍ (ଖରାପ ଭାଷା) ଭାବରେ ବ୍ୟବହାର ହୋଇଥାଏ । ଏହି ଶବ୍ଦକୁ ଅକ୍ସଫର୍ଡ଼ ୟୁନିଭର୍ସିଟି ପ୍ରେସ୍ ତରଫରୁ ଆନୁଷ୍ଠାନିକ ଭାବରେ ୨୦୨୩ ବର୍ଷ ପାଇଁ ସର୍ବୋତ୍ତମ ଶବ୍ଦ ଭାବରେ ଘୋଷଣା କରାଯାଇଛି ।

ଅକ୍ସଫର୍ଡ଼ ୟୁନିଭର୍ସିଟି ପ୍ରେସ୍ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି,‘ଚଳିତ ବର୍ଷ ଆମେ ୮ଟି ଶବ୍ଦକୁ ଶର୍ଟଲିଷ୍ଟ କରିଥିଲୁ । ପରେ ଜନତାଙ୍କ ମାଧ୍ୟମରେ ଭୋଟିଂ ହୋଇଥିଲା । ତେବେ ଶର୍ଟଲିଷ୍ଟ ଫାଇନାଲ ୪ଟି ଶବ୍ଦ ଯଥା ରିଜ୍‌, ସ୍ୱିଫ୍ଟି, ପ୍ରମ୍ପ୍‌ଟ ଏବଂ ସିଚୁଏସନଶିପ୍ ରହିଥିଲା । ପରେ ଏହି ଶବ୍ଦଗୁଡ଼ିକୁ ଭାଷା ବିଶେଷଜ୍ଞଙ୍କ ପାଖକୁ ପଠାଯାଇଥିଲା ଯେଉଁଠି କର୍ପସ ଡାଟା ଏବଂ ଜନତାଙ୍କ ଭୋଟକୁ ବିଚାର କରାଯାଇଥିଲା । ଫଳାଫଳରୁ ‘Rizz’ ଶବ୍ଦ ସବୁଠାରୁ ଲୋକପ୍ରିୟ ବୋଲି ଜଣା ପଡ଼ିଥିଲା ।’ ଅକ୍ସଫର୍ଡ଼ ୟୁନିଭର୍ସିଟି ପ୍ରେସ୍ ଅନୁଯାୟୀ ଏହି ଶବ୍ଦ ‘କରିଶ୍ମା’(Charishma) ଶବ୍ଦରୁ ଉତ୍ପନ୍ନ ହୋଇଛି । ଏହା Charishma ଶବ୍ଦର ମଧ୍ୟ ଭାଗରୁ ନିଆଯାଇଛି । ତେବେ ଭାଷା ବିଶେଷଜ୍ଞମାନେ ‘Rizz’ ଶବ୍ଦକୁ ଏକ ଆକର୍ଷଣୀୟ ଉଦାହରଣ ଭାବରେ ବାଛିଥିଲେ ।