fbpx
BJD SKY
BJD SKY

ବ୍ୟାଙ୍କରୁ ବି ଅଧିକ ଟଙ୍କା ମିଳିଲା ଏହି କଂଗ୍ରେସ ସାଂସଦଙ୍କ ଆଲମିରାରୁ, ଗଣିବା ବି ହୋଇଯିବ ମୁସ୍କିଲ

BJD

ରାଞ୍ଚି: ଝାରଖଣ୍ଡର କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୁ ବହୁ ପରିମାଣରେ କ୍ୟାସ୍ ଜବତ ହୋଇଛି । ଟଙ୍କା ଭର୍ତ୍ତି ଏପରି ଏକ ଆଲମିରାର ସନ୍ଧାନ ମିଳିଛି ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ଏହା କୌଣସି ବ୍ୟାଙ୍କର ଟ୍ରେଜେରୀ । ତେବେ ଏହି ଟଙ୍କାକୁ ଗଣାଯିବା ସମ୍ଭବ ହୋଇପାରି ନାହିଁ । ରାଞ୍ଚି ଓ ଲୋହରଦଗା ସ୍ଥିତ ସାଂସଦଙ୍କ ଘର ସହିତ ୫ ଗୋଟି ସ୍ଥାନରେ ବୁଧବାର ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇ ଏହି ଟଙ୍କା ଜବତ କରାଯାଇଛି ।

ରାଞ୍ଚିର ରେଡିୟମ ରୋଡ୍ ସ୍ଥିତ ସୁଶୀଳା ନିକେତନ ବ୍ୟତିତ ଓଡିଶାର ବଲାଙ୍ଗୀର, ସମ୍ବଲପୁର ଓ କଳାହାଣ୍ଡିର ଗୋଟିଏ ଗୋଟିଏ ସ୍ଥାନରେ ଚଢଉ କରାଯାଇଥିଲା । ଲୋହରଦଗାସ୍ଥିତ ସାଂସଦଙ୍କ ଘରେ ଆଇଟି ଟିମ୍ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାଗଜପତ୍ର ଖୋଜିଥିଲା । ମିଳିଥିବା ସୂଚନା ଅନୁସାରେ ଆୟକର ବିଭାଗର ଓଡିଶା ଟିମ୍ ନେତୃତ୍ୱରେ ଏହି ଚଢଉ କରାଯାଇଛି ।

Get real time updates directly on you device, subscribe now.