fbpx

ଆଗାମୀ ୧୦ ଦିନରେ ଚାଲିବ ୨୬୦୦ ଟ୍ରେନ୍: ରେଲୱେ

ନୂଆଦିଲ୍ଲୀ,୨୩ ।୫: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ପାଖାପାଖୀ ୨୬୦୦ଟି ଟ୍ରେନ୍ ଚାଲିବ । ଏନେଇ ରେଳ ବିଭାଗର ଚେୟାରମ୍ୟାନ୍ ବିନୋଦ କୁମାର ୟାଦବ କହିଛନ୍ତି । ଯଦି କୌଣସି ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରିବା ଆବଶ୍ୟକ ରହିଛି, ସେଥିପାଇଁ ବି ଆମେ ପ୍ରସ୍ତୁତ ଅଛୁ ବୋଲି ବିନୋଦ କହିଛନ୍ତି । ତେବେ ମେ ୧ ରୁ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ସେଥିରେ ମାଗଣା ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି ।
ତେବେ ପୂର୍ବରୁ ସାରା ଦେଶରେ ୨୦୦ଟି ଟ୍ରେନ୍ ଚଳାଚଳ କରିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଥିଲା । ଯେଉଁଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଅନଲାଇନ୍ ସହ ଟିକେଟ କାଉଣ୍ଟରେ ଟିକଟ୍ ଉପଲବ୍ଧ ହେବ । କିନ୍ତି ଟ୍ରେନ୍ ଯାତ୍ରା କରୁଥିବା ସମୟରେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Get real time updates directly on you device, subscribe now.