fbpx

ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୭, ପୁରୀରୁ ୧୬, ଖୋର୍ଦ୍ଧରୁ ୩, ନୟାଗଡରୁ ୧୩, ଜଗତସିଂହପୁରରୁ ଜଣେ, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୪, ବଲାଙ୍ଗିରୁ ୭, କଟକରୁ ୨, ଢେଙ୍କାନାଳରୁ ୧, ଅନୁଗୁଳରୁ ୬ ଓ ମାଲକାନଗିରିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମଥର ପାଇଁ ନୂଆପଡାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

Get real time updates directly on you device, subscribe now.