fbpx
BSKY
BJD MC SKY
BJD YOUTH SKY

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି

ନୂଆଦିଲ୍ଲୀ, ୨୪/୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି ପାଇଛି।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮କୁ ବୃଦ୍ଧି ପାଇଁ ଥିବା ବେଳେ  ୫୪ ହଜାର ୪୪୧ ଜଣ ସୁସ୍ଥ ହୋଇଛନ୍ତି।

ଏହାସହ ଏବେ ୭୩ ହଜାର ୫୬୦ ଜଣ ଚିକିତ୍ସାଧୀନ ଅଛନ୍ତି।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୫୭୭, ଗୁଜରାଟରେ ୮୨୯, ମଧ୍ୟ ପ୍ରଦେଶରେ ୨୮୧, ଦିଲ୍ଲୀରେ ୨୩୧, ରାଜସ୍ଥାନରେ ୧୬୦ ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଛି।

 

Get real time updates directly on you device, subscribe now.