fbpx

ଇଣ୍ଡିଗୋର ବଡ଼ ଘୋଷଣା – ଏହି ତାରିଖରୁ ଅଯୋଧ୍ୟା ପାଇଁ ପ୍ରତିଦିନ ଚାଲିବ ବିମାନ

ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଇଣ୍ଡିଗୋ ଘୋଷଣା କରିଛି ଯେ, ଏହା ଉତ୍ତରପ୍ରଦେଶରେ ଅଯୋଧ୍ୟାକୁ ଘରୋଇ ରୁଟ ନେଟୱାର୍କରେ ଯୋଡୁଛି । ଅଯୋଧ୍ୟାକୁ ଏହାର ୮୬ ତମ ଘରୋଇ ଡେଷ୍ଟିନେସନ୍ ଏବଂ ମୋଟ ୧୧୮ ତମ ଡେଷ୍ଟିନେସନ୍ ଭାବରେ ଅନ୍ତର୍ଭୁକ୍ତ କରିବାକୁ କମ୍ପାନୀ ଘୋଷଣା କରିଛି । ଇଣ୍ଡିଗୋ ଅଯୋଧ୍ୟାରେ ଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହାର ବିମାନ ଚଳାଚଳ କରିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ପ୍ରଥମ ଉଦଘାଟନୀ ବିମାନ ୩୦ ଡିସେମ୍ବର ୨୦୨୩ ରେ ହେବାକୁ ଯାଉଛି, ଯାହା ଦିଲ୍ଲୀର ଅଯୋଧ୍ୟାରେ ଲ୍ୟାଣ୍ଡିଂ କରିବାକୁ ଯାଉଛି । ଏହା ପରେ ଦିଲ୍ଲୀ ଏବଂ ଅଯୋଧ୍ୟା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ବ୍ୟବସାୟିକ କାର୍ଯ୍ୟ ୬ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହେବ ଏବଂ ଅହମ୍ମଦାବାଦ ଏବଂ ଅଯୋଧ୍ୟାକୁ ସଂଯୋଗ କରୁଥିବା ବିମାନ ଜାନୁଆରୀରୁ ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

ତେବେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ୨୨ ଜାନୁୟାରୀ ୨୦୨୪ ରେ ହେବ । ଅଯୋଧ୍ୟାରେ ବିମାନ ଯାତ୍ରା କାର୍ଯ୍ୟରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଇଣ୍ଡିଗୋ ଘୋଷଣା କରିଛି । ଏହି ନୂଆ ବିମାନ ମାର୍ଗ ଉଭୟ ଦିଲ୍ଲୀ ଏବଂ ଅହମ୍ମଦାବାଦରୁ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କୁ ସିଧାସଳଖ ପ୍ରବେଶ ଯୋଗାଇବାକୁ ଲକ୍ଷ୍ୟ ରଖିଛି । ଏହା ସହିତ ଭାରତ ଏବଂ ବିଦେଶରେ ବ୍ୟାପିଥିବା ଇଣ୍ଡିଗୋ ନେଟୱର୍କ ମଧ୍ୟରେ ସଂଯୋଗ ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.