fbpx

ସଂସଦର ସୁରକ୍ଷାବଳୟ ଭେଦ କରିବା ମାମଲାରେ କେତେ ଜଣ ସାମିଲ ରହିଛନ୍ତି? ଜାଣନ୍ତୁ, ବଡ଼ ଅପଡେଟ…

ନୂଆଦିଲ୍ଲୀ: ଆଜି ସଂସଦର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ୨ ଜଣ ଯୁବକ ଲୋକସଭା ଭିତରେ ଅନୁପ୍ରବେଶ କରି ହଙ୍ଗାମା ସହ ସ୍ପ୍ରେ ମାଡ଼ କରିଛନ୍ତି। ତେବେ ହଠାତ ଲୋକସଭାରେ ୨ ଯୁବକ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇଥିଲେ। ଏହି ସମୟରେ ଜୋତା ଖୋଲି ସେଥିରୁ ବୋମା ପରି କିଛି ବାହାର କରି ଗୃହରେ ସ୍ପ୍ରେ କରିଥିଲେ। ଘଟଣା ସମୟରେ ସଂସଦରେ ଉପସ୍ଥିତ ଥିବା ସଦସ୍ୟ ମାନେ ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ସେମାନଙ୍କ ସହ ସମ୍ପୃକ୍ତ ଥାଇ ଜଣେ ମହିଳା ଓ ଜଣେ ଯୁବକ ବାହାରେ ବିକ୍ଷୋଭ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏବେ ଏହି ଘଟଣାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସଂସଦର ସୁରକ୍ଷାବଳୟ ଭେଦ କରିବାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି। ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ ଓ ସେଠାରେ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ , ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି। ଏମାନଙ୍କ ଘର ମହୀଶୂରରେ। ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅନମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ। ଅନମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ। ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି। ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କରିବାର ନାରା ଦେଇ ଏମାନେ ବିକ୍ଷୋଭ କରିଥିଲେ। ତେବେ ଏମାନଙ୍କ ସହ ଆଉ ୨ ଜଣ ମଧ୍ୟ ସାମିଲ ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ଭିତରେ ଡିଆଁ ମାରିଥିବା ଯୁବକ ଜଣକ ହେଲା ସାଗର ଶର୍ମା। ସେ ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍‌ ଇସ୍ୟୁ ପାଇ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ। ତେବେ ଏହି କରିବା ଘଟଣାରେ ସାମିଲ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଧରାପଡ଼ିଛନ୍ତି। ଏବେ ଫେରାର ୨ ଜଣଙ୍କୁ ପୁଲି ଖୋଜୁଛି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ବାହାରୁ ଆସିଥିଲେ। ସେମାନେ ଗୁରୁଗ୍ରାମରେ ଥିବା ଲଳିତ ଯାଦବଙ୍କ ଘରେ ରହିଥିଲେ। ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି। କିନ୍ତୁ ୬ଷ୍ଠ ଯୁବକ ଜଣଙ୍କ କିଏ, ସେକଥା ଏଯାଏ ଜଣାପଡ଼ି ନାହିଁ।

Get real time updates directly on you device, subscribe now.