fbpx

ଆଜିଠାରୁ କୋରାପୁଟରେ ଗଡ଼ିଲା ସରକାରୀ ଲକ୍ଷ୍ମୀ ବସ୍: ଜାଣନ୍ତୁ, ଏହି ଜିଲ୍ଲାକୁ ମୋଟ କେତୋଟି ବସ୍ ମିଳିଛି

ଓଡିଶା ଭାସ୍କର: ଆଜିଠାରୁ କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ ହୋଇଛି। କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳା ଚଳ କରିବ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାକୁ ୬୬ ଟି ବସ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଁ ଗାଁରେ ବିକାଶର ପର୍ବ ଚାଲିଛି । ନବୀନ ଓଡ଼ିଶାରେ ପଞ୍ଚାୟତରେ ନୂଆ ଜାଗରଣ ଆସିଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ପ୍ରଥମ ପର୍ଯ୍ୟାୟରେ ଆଜି ବସ ଚଳାଚଳ ଆରମ୍ଭ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାରେ ଆଉ ୧୮ଟି ଲକ୍ଷ୍ମୀ ବସ୍‌ ଚାଲିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଏହାଦ୍ୱାରା ବିଶେଷ କରି ଛାତ୍ରୀଛାତ୍ର, ଚାଷୀ, ମହିଳା, ବୟସ୍କ ବ୍ୟକ୍ତିମାନେ ଉପକୃତ ହେବେ ବୋଲି କୁହାଯାଇଛି। ଫଳରେ ଏହି ଲକ୍ଷ୍ମୀ ବସ୍‌ ଯୋଗେ ଗ୍ରାମାଞ୍ଚଳ ଲୋକେ ସୁବିଧାରେ ଜିଲ୍ଲା ସଦର ମହକୁମା ଓ ବ୍ଲକ ସଦର ମହକୁମାକୁ ଯିବା ଆସିବା କରିପାରିବେ।

ସୂଚନା ଥାଉକି, ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ ପହଞ୍ଚା ଯାଉଛି । କୋରାପୁଟର ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ଵ ଦିଆଯାଇଛି।

 

Get real time updates directly on you device, subscribe now.