fbpx

ସ୍ୱିଗିରୁ 42.3 ଲକ୍ଷ ଟଙ୍କାର ଖାଦ୍ୟ ମଗାଇଲେ ଜଣେ ଗ୍ରାହକ; ଖାଇଲେ 1633ଟି ବିରିୟାନି

ନୂଆଦିଲ୍ଲୀ: ସରିବାକୁ ବସିଲାଣି ପୁରୁଣା ବର୍ଷ। ଏହାରି ଭିତରେ ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ସ୍ୱିଗି ତାର ବର୍ଷକର କାରବାରର ତଥ୍ୟ ପ୍ରକାଶ କରିଛି। ଜଣେ କ୍ୟକ୍ତି ଏକା 42.3 ଲକ୍ଷ ଟଙ୍କାର ଖାଦ୍ୟ ମଗାଇଛନ୍ତି। ଡିସେମ୍ୱର 14ର ବାର୍ଷିକ ରିପୋର୍ଟ ଆଧାରରେ ଭାରତରେ ଅନଲାଇନରେ ମଗାଯାଇଥିବା ଖାଦ୍ୟର ପରିମାଣ ଜଣା ପଡ଼ିଛି। ଦେଶରେ ସବୁଠୁ ଲୋକପ୍ରିୟ ଖାଦ୍ୟ ବିରିୟାନିକୁ ସର୍ବାଧିକ ଅର୍ଡର କରାଯାଇଛି।

ସ୍ୱିଗି ତାର ରିପୋର୍ଟରେ କହିଛି କି ମୁମ୍ବାଇର ଜଣେ ଗ୍ରାହକ 42.3 ଲକ୍ଷ ଟଙ୍କାର ଖାଦ୍ୟ ମଗାଇଛନ୍ତି। ଏକ ବର୍ଷ ମଧ୍ୟରେ 1633 ବିରିୟାନି ମଗାଇଛନ୍ତି। କେକ୍, ଗୋଲାପ ଜାମୁ, ପିଜ୍ଜା ଭଳି ବିଭିନ୍ନ ଖାଦ୍ୟ ଲୋକମାନେ ଅଧିକ ଅର୍ଡର କରିଛନ୍ତି। ଦେଶର ଅଧିକାଂଶ ଲୋକଙ୍କୁ ବିରିୟାନି ପସନ୍ଦ ଥିବା କଥା ସ୍ୱିଗି ତାର ରିପୋର୍ଟରେ କହିଛି। ହାଇଦ୍ରାବାଦର ଲୋକପ୍ରିୟ ବିରିୟାନିର ସ୍ୱାଦ ଦେଶ-ବିଦେଶରେ ସ୍ୱତନ୍ତ୍ର ପରିଚୟ ପାଇଛି। ସେଥି ମଧ୍ୟରୁ ଚିକେନ୍ ବିରିୟାନି ସବୁଠୁ ବେଶି ଲୋକପ୍ରିୟତା ହାସଲ କରିଛି। ଏପରିକି ନିରାମିଶ ଖାଉଥିବା ଲୋକ ଭେଜ୍ ବିରିୟାନି ମଧ୍ୟ ଅର୍ଡର କରିଛନ୍ତି। କ୍ରିକେଟ୍ ଖେଳ ସମୟରେ ଚଣ୍ଡିଗଡର ଏକ ପରିବାର ଏକାଥରକେ 70 ପ୍ଲେଟ୍ ବିରିୟାନି ଅର୍ଡର କରିଥିଲେ।

ସ୍ୱିଗି ରିପୋର୍ଟରେ ଆହୁରି କହିଛି ଝାନ୍ସିରେ ରହୁଥିବା ଏକ ପରିବାର ଗୋଟିଏ ଦିନରେ 269 ପ୍ରକାରର ଖାଦ୍ୟ ମଗାଇ ଥିଲେ। ଏପରିକି ଆମ ଭୁବନେଶ୍ୱର ସହରରେ ଏକ ପରିବାର 207 ପିଜ୍ଜା ଏକା ଥରକେ ମଗାଇଥିଲେ। ୟାହା ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି।

Get real time updates directly on you device, subscribe now.