fbpx
BSKY SKY
BSKY SKY

ଆଉଟ ହେବା ପରେ ବି ଗ୍ରାଉଣ୍ଡରୁ ଗଲେ ନାହିଁ ଡାଭିଡ ମିଲର: ଧରା ପଡ଼ିଲା ବିରାଟ ସତ!

BSKY

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତୃତୀୟ ଟି-୨୦ ମ୍ୟାଚକୁ ୧୦୬ ରନରେ ଏକପାଖିଆ ଭାବରେ ଜିତି ନେଇଛି ସୂର୍ଯ୍ୟବାହିନୀ । ମାତ୍ର ୯୫ ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ ହୋଇଥିବା ବେଳେ ଡାଭିଡ ମିଲର ଦଳ ପାଇଁ ସର୍ବାଧିକ ୩୫ ରନ୍ କରିଛନ୍ତି । ତେବେ ଶେଷ ୱିକେଟ ଭାବରେ ସେ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ । କିନ୍ତୁ ଏହି ମ୍ୟାଚରେ ମିଲର୍ ଥରେ ନୁହେଁ, ୨ ଥର ଆଉଟ୍ ହୋଇଛନ୍ତି । ତେବେ ପ୍ରଥମ ଥର ଆଉଟ ହୋଇ ମଧ୍ୟ ସେ ଗ୍ରାଉଣ୍ଡରୁ ବାହାରକୁ ଯାଇ ନଥିଲେ, ଏହାପରେ ୧୪ତମ ଓଭରରେ ସେ ନିଜ ୱିକେଟ ହରାଇଛନ୍ତି ।

ଦମଦାର ବ୍ୟାଟିଂରେ ବିପକ୍ଷ ଦଳ ହାତରୁ ବିଜୟ ଛଡ଼ାଇ ଆଣିବା ଭଳି ଖେଳାଳି ହେଉଛନ୍ତି ଡାଭିଡ ମିଲର୍ । ଭାରତ ବିପକ୍ଷ ତୃତୀୟ ଟି-୨୦ରେ ମଧ୍ୟ ସେ ଏହି କାରନାମା କରିବା ଲକ୍ଷ୍ୟରେ ଖେଳୁଥିଲେ । କିନ୍ତୁ ଟିମ ଇଣ୍ଡିଆର ସୌଭାଗ୍ୟରୁ ଭାରତ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ମିଳିଥିବା ୨୦୨ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ଖରାପ ଆରମ୍ଭ କରିଥିଲା । ତେବେ ଡାଭିଡ ମିଲର ଦଳକୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଇନିଂସର ନବମ ଓଭର ନେଇ ଆସିଥିଲେ ଭାରତର ଉପ-ଅଧିନାୟକ ରବିନ୍ଦ୍ର ଜାଡେଜା । ଓଭରର ଚତୁର୍ଥ ବଲରେ ବଲ୍ ମିଲରଙ୍କ ବ୍ୟାଟ୍ ଖୁବ ପାଖ ଦେଇ ଯାଇଥିଲା । ଜାଡେଜାଙ୍କ ସହ ଅନ୍ୟ ଖେଳାଳି ମଧ୍ୟ ଏଥିପାଇଁ ଖୁବ ଜୋରରେ ଅପିଲ କରିଥିଲେ । କିନ୍ତୁ ଡାଭିଡ ମିଲର୍ ଗ୍ରାଉଣ୍ଡ ଛାଡ଼ି ଯାଇନଥିଲେ । ଭିଡିଓରେ ଏହା ଆଉଟ୍ ବୋଲି ମଧ୍ୟ ସ୍ପଷ୍ଟ ଏଣା ପଡ଼ୁଥିଲା । କିନ୍ତୁ ମିଲର୍ ଏହାପରେ ମଧ୍ୟ ବ୍ୟାଟିଂ ଜାରି ରଖିବା ସହ ବିଜୟ ଆଶାକୁ ମଧ୍ୟ ଜୀବିତ ରଖିଥିଲେ ।

କାରଣ ଟିମ ଇଣ୍ଡିଆର ଏହି ଅପିଲକୁ ନଟ୍ ଆଉଟ୍ ବୋଲି ଘୋଷଣା କରିଥିଲେ ଅନ୍ଫିଲ୍ଡ ଅମ୍ପାୟାର । ସେପଟେ ସୂର୍ଯ୍ୟକୁମାର ଏହି ୱିକେଟ ପାଇଁ ରିଭ୍ୟୁ ନେବାକୁ ମାଗିଥିବା ବେଳେ ଭାରତ ପାଖରେ ରିଭ୍ୟୁ ଉପଲବ୍ଧ ନଥିଲା । ଏହି ସମୟରେ ଡିଆରଏସ ସିଷ୍ଟମ୍ କାମ କରୁନଥିବାର ଏହି ୱିକେଟ ପାଇଁ ରିଭ୍ୟୁ ନେଇ ପାରି ନଥିଲା ଟିମ ଇଣ୍ଡିଆ । ଫଳରେ ଡାଭିଡ ମିଲର୍ ଆଉଟ ହୋଇ ମଧ୍ୟ ପଡ଼ିଆରେ ରହି ବ୍ୟାଟିଂ ଜାରି ରଖିଥିଲେ । ତେବେ ଏହାକୁ ଅମ୍ପାୟାର ଆଉଟ ଦେଇଥିଲ ନବମ ଓଭରରେ ଆଉଟ ହୋଇଥାନ୍ତେ ମିଲର । ତେବେ ଏହି ଘଟଣା ଜଣାପଡ଼ିବା ପରେ ଦକ୍ଷିଣ ଆଫ୍ରିକାର ଆୟେଜନକୁ ନେଇ ପ୍ରଶ୍ନ ଉଠିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟରେ ଏକ ବଡ଼ ଇତିହାସ ଲେଖିଛି ଭାରତୀୟ ଦଳ । ଅଧିନାୟକ ସୂର୍ଯ୍ୟକୁମାର ଏବଂ ବାର୍ଥ ଡେ’ ବୟ କୂଳଦୀପଙ୍କ ଚମତ୍କାର ବୋଲିହକୁ ସାମନା କରିବା ଆଫ୍ରିକା ଖେଳାଳିଙ୍କ ପାଇଁ ସହଜ ହୋଇନି । ଫଳରେ ଭାରତର ୨୦୨ ରନକୁ ପିଛା କରି ଶୋଚନୀୟ ପରାଜୟର ସାମନା କରିଛି । ଦମଦାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ସହ ପ୍ଲେୟର ଅଫ୍ ଦ ସିରିଜ ମଧ୍ୟ ବିବେଚିତ କରାଯାଇଛି ।

Get real time updates directly on you device, subscribe now.