fbpx

Parenting Tips: ପିଲାମାନଙ୍କୁ ମାନସିକ ଚାପଗ୍ରସ୍ତ କରିଥାଏ ମାତା ପିତାଙ୍କ ଏହି ଅଭ୍ୟାସ…

ଓଡ଼ିଶା ଭାସ୍କର: ଅନେକ ମାତା ପିତାମାନଙ୍କ ଧାରଣା ଥାଏ ଯେ ପିଲାମାନଙ୍କୁ ଉପଯୁକ୍ତ ସଂସ୍କାର ସହ ଦାୟିତ୍ୱବାନ କରାଇବା ପାଇଁ ଅନୁଶାସନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । କିନ୍ତୁ ସେମାନେ ଭୁଲିଯାନ୍ତି ଯେ ଅତ୍ୟାଧିକ କଠୋରତା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ମାତା ପିତାମାନେ ପାଠପଢ଼ାକୁ ନେଇ ପିଲାମାନଙ୍କ ଉପରେ ଚାପ ପକାଇଥାନ୍ତି । ଫଳରେ ପିଲାମାନେ ଅତ୍ୟାଧିକ ଚିଡ଼ଚିଡ଼ା, ରାଗି ଓ ଜିଦ୍ଦି ସ୍ୱଭାବର ହୋଇଥାନ୍ତି । ଅନେକ ସମୟରେ ମାତା ପିତାମାନେ ନିଜ ଇଚ୍ଛା ଓ ସ୍ୱପ୍ନ ପିଲାମାନଙ୍କ ଉପରେ ଲଦି ଦିଅନ୍ତି । ପିଲାମାନଙ୍କ ଉତ୍ତମ ଭବିଷ୍ୟ ନିର୍ମାଣରେ ମାତା ପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ନିଜ ବ୍ୟବହାରରେ ଏପରି କିଛି ସୁଧାର ଆଣନ୍ତୁ ଯଦ୍ୱାରା ପିଲାମାନଙ୍କ ସହ ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ ।
ପିଲାମାନଙ୍କ ଉପରେ ଏହି ପରି ଚାପ ଦିଅନ୍ତୁ ନାହିଁ :

– ଅଧିକାଂଶ ମାତା ପିତା ନିଜ ପିଲାର ତୁଳନା ଅନ୍ୟ ସହ କରିଥାନ୍ତି । ଏହା ଦ୍ୱାରା ପିଲାମାନେ ଚାପଗ୍ରସ୍ତ ହେବା ସହ ସେମାନଙ୍କ ମନୋବଳ ଓ ଆତ୍ମବିଶ୍ୱାସ ଦୁର୍ବଳ ହୋଇଥାଏ । ଅନ୍ୟ ସହ ପ୍ରତିଦ୍ୱନ୍ଦିତା କରିବା ନିଶାରେ ସେମାନଙ୍କ ଦକ୍ଷତା ଧିରେ କମିବାକୁ ଲାଗିଥାଏ ।

– ପିଲାମାନଙ୍କ ଉପରେ ନିଜ ସ୍ୱପ୍ନର ବୋଝକୁ ଅଜାଡ଼ି ଦିଅନ୍ତୁ ନାହିଁ । ଏହା ସେମାନଙ୍କୁ ଚାପଗ୍ରସ୍ତ ରଖିଥାଏ । ପିଲାମାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେବା ସହ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତୁ ।

– ଅଧିକାଂଶ ସମୟରେ କର୍ମଜୀବୀ ଦମ୍ପତ୍ତି ନିଜ ପିଲାମାନଙ୍କୁ ସମୟ ଦେଇ ପାରନ୍ତି ନାହିଁ । ଏହା ମାତା ପିତା ଓ ପିଲାମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ତେଣୁ ସେମାନଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ ।

– କ୍ୟାରିୟରକୁ ନେଇ ଅଧିକାଂଶ ମାତା ପିତା ନିଜ ପିଲାମାନଙ୍କୁ ସମର୍ଥନ କରି ନଥାନ୍ତି । ଏହି ସମୟରେ ପିଲାମାନଙ୍କୁ ଉଚିତ ମାର୍ଗଦର୍ଶନ ନଦେଲେ ସେମାନେ ଚାପଗ୍ରସ୍ତ ହୋଇ ଭୁଲ ରାସ୍ତା ଆପଣେଇଥାନ୍ତି ।

Get real time updates directly on you device, subscribe now.