fbpx

ମଦ୍ୟପାନ କରିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ବେଶି କ୍ଷତିକାରକ

ଓଡ଼ିଶା ଭାସ୍କର: ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା । ନିକଟରେ ମହିଳାମାନଙ୍କ ମଦ୍ୟପାନକୁ ନେଇ ହୋଇଥିବା ଏକ ଗବେଷଣାରୁ ଏକ ବିଚିତ୍ର ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ତଥ୍ୟ ଅନୁଯାୟୀ ଲିଙ୍ଗଗତ ଆଧାରରେ ମଦ୍ୟପାନର ପ୍ରଭାବ ପଡ଼ିଥାଏ । ମଦ୍ୟପାନ କରିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ବେଶି କ୍ଷତିକାରକ ଅଟେ । ଏହି କଥାକୁ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ(NCDC) ମଧ୍ୟ ନିଶ୍ଚିତ କରିଛି । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଦ୍ୟପାନ କିପରି ପ୍ରଭାବ ପକାଇଥାଏ :

-ବାୟୋଲୋଜିକାଲ ଡିଫେରେନ୍ସ: ସାଧାରଣତଃ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଶରୀରରେ ଚର୍ବି ଅଧିକ ଏବଂ ଜଳର ମାତ୍ରା କମ ଥାଏ । ମଦ ପାଣିରେ ସହଜରେ ମିଶିଯାଏ । କିନ୍ତୁ ମହିଳାମାନଙ୍କ ଶରୀରରେ ଜଳର ମାତ୍ରା କମ ଥିବାରୁ ରକ୍ତରେ ମଦର ମାତ୍ରା ବୃଦ୍ଧି ପାଇଥାଏ ଯଦ୍ୱାରା ସେମାନଙ୍କୁ ଶୀଘ୍ର ନିଶା ହୋଇଥାଏ । ପୁରୁଷଙ୍କ ତୁଳନାରେ ସେମାନଙ୍କ ଓଜନ ମଧ୍ୟ ଶୀଘ୍ର ବଢ଼ିଥାଏ ।

– ଏଞ୍ଜାଇମେଟିକ୍ କାରଣ: ମଧ୍ୟପାନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହଜମ ପ୍ରକ୍ରିୟା ବହୁତ କ୍ଷୀପ୍ର ଗତିରେ ହୋଇଥାଏ । ମଦ ସେମାନଙ୍କ ପେଟରେ ଦୀର୍ଘ ସମୟ ରହିବା କାରଣରୁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯକୃତ ସମସ୍ୟା ଓ ମାସିକ ଧର୍ମ, ହର୍ମୋନାଲ ଅସୁବିଧା ଦେଖାଦେଇଥାଏ ।

– ସ୍ତନ କର୍କଟ: ଅତ୍ୟାଧିକ ମଦ୍ୟପାନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବା ଆଶଙ୍କା ବୃଦ୍ଧି ପାଇଥାଏ । ଏହା ଏକ ଚିନ୍ତାଜନକ ବିଷୟ ଏବଂ ଏଥିପାଇଁ ମହିମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ।

– ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ: ମହିଳାମାନଙ୍କ ଉପରେ ପରିବାରର ଦାୟିତ୍ୱ ଥିବା କାରଣୟରୁ ସେମାନେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହିଥାନ୍ତି । ଏଥିପାଇଁ ସେମାନେ ମଦ୍ୟପାନ କରିଥାନ୍ତି । ଏହା ମହିଳାଙ୍କ ମନରେ ନକାରାତ୍ମକ ଚିନ୍ତାଧାରାକୁ ବୃଦ୍ଧି କରିବା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

 

Get real time updates directly on you device, subscribe now.