fbpx

‘ମୁଁ ଛୁଆ ଜନ୍ମ କରିବାକୁ ଚାହୁଁଛି, ମୋ’ ସ୍ୱାମୀଙ୍କୁ ମୁକ୍ତ କରନ୍ତୁ’: ଅଦାଲତରେ ମହିଳାଙ୍କର ଅଜବ ଆବେଦନ

ଭୋପାଳ: ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଅଜବ ପ୍ରକାର ଆବେଦନ ଆସିଥିବା ଦେଖିବାକୁ ମିଳିଛି। ଖଣ୍ଡୱା ସହରର ଜଣେ ମହିଳା ତାଙ୍କ ମୌଳିକ ଅଧିକାର ଅଧୀନରେ ସନ୍ତାନ ପ୍ରସବ କରିବାକୁ ଆବେଦନ କରିଛନ୍ତି। ତେବେ ଏଥିପାଇଁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟକୁ ଅନୁରୋଧ କରିଛନ୍ତି। ତେବେ କୋର୍ଟ ତାଙ୍କର ଏହି ଆବେଦନକୁ ଗ୍ରହଣ କରିଥିବା ସୂଚନା ମିଳିଛି।

ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ପେଶ କରାଯାଇଥିଲା । ତେବେ ୨୦୨୪ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା ମହିଳାଙ୍କ ସହ ଜଡିତ ରେକର୍ଡଗୁଡିକ ହାଇକୋର୍ଟରେ ଉପସ୍ଥାପନ କରିବାକୁ ସରକାରଙ୍କୁ କୁହାଯାଇଛି। ଏଥି ସହିତ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନକାରୀ ମହିଳା ନିଜର ଇଚ୍ଛା ବ୍ୟକ୍ତ କରି କହିଛନ୍ତି ଯେ ସନ୍ତାନ ପ୍ରାପ୍ତି ହେଉଛି ଏକ ମୌଳିକ ଅଧିକାର ଏବଂ ଏହା ଅଧୀନରେ, ସମ୍ବିଧାନ ତାଙ୍କୁ କିଛି ଦିନ ସ୍ୱାମୀଙ୍କ ସହ ରହି ଏକ ସନ୍ତାନ ପ୍ରାପ୍ତ କରିବାର ଅଧିକାର ଦେଇଥାଏ ବୋଲି ସେ କହିଛନ୍ତି ।

ବରିଷ୍ଠ ଓକିଲ ବଂସତ ଡାନିଏଲ ଶେଫାଲୀ ସରାଫ, ଦାମିନୀ ସିଂ ବିଲାଲ ମାନସୁରୀ ଏବଂ ଗୁଞ୍ଜାନ ଦୁଆ ଆବେଦନକାରୀଙ୍କ ନାମରେ ହାଜର ହୋଇଥିଲେ। ମହିଳାଙ୍କ ସ୍ୱାମୀ ଇନ୍ଦୋର ଜେଲରେ ଥିବା ସେ କହିଛନ୍ତି। ସ୍ୱାମୀଙ୍କୁ ସେଠାରୁ କିଛି ସମୟ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ଫଳରେ ମହିଳା ଜଣଙ୍କ ଏକ ସନ୍ତାନ ପ୍ରାପ୍ତ କରିପାରିବେ ବୋଲି ସେ କହିଥିଲେ ।

ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ଜବଲପୁରର ମେଡିକାଲ କଲେଜରୁ ପାଞ୍ଚ ଜଣ ବିଶେଷଜ୍ଞଙ୍କ ବିଚାରକୁ ନେଇ ଏକ ରିପୋର୍ଟ ମଧ୍ୟ ମାଗିଥିଲେ। ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ ଶିଶୁକୁ ପ୍ରସବ କରାଯିବା ନେଇ କୌଣସି ଆପତ୍ତି ନାହିଁ, କେବଳ ବିପଦ ଜଡିତ ଥିବା ସେ କହିଛନ୍ତି। ହେଲେ ଏହାର ଅର୍ଥ ନୁହେଁ ଯେ ଜଣେ ମହିଳା ନିଜର ଅଧିକାର ଦାବି କରିପାରିବେ ନାହିଁ। ତେବେ ଏହି ଆବେଦନର ଶୁଣାଣି ଜାନୁଆରୀ ୨୦୨୪ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି।

Get real time updates directly on you device, subscribe now.