fbpx

(Video) ଏହି ଖେଳାଳିଙ୍କୁ ଧକ୍କା ମାରିଥିଲେ ମାହି: IPL-2024 Auction ପରେ ଭାଇରାଲ ହେଉଛି ଧୋନୀଙ୍କ ଏହି ଭିଡିଓ

ନୂଆଦିଲ୍ଲୀ: ଆସନ୍ତା ଆଇପିଏଲ ସିଜନ ପାଇଁ ଦୁବାଇରେ ଶେଷ ହୋଇଛି ନିଲାମ ପ୍ରକ୍ରିୟା । ପ୍ରତ୍ୟେକ ଦଳ ନିଜ ନିଜ ମନ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରି ସାରିଛନ୍ତି । ତେବେ ୧୦ଟି ଦଳ ମଧ୍ୟରୁ ୮ଟି ଦଳ ନିଜର ୨୫ ଜଣିଆ କୋଟା ପୂରଣ କରି ସାରିଛନ୍ତି । ତେବେ କେବଳ ରାଜସ୍ଥାନ ରୋୟଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ଦଳ ପୂରଣ କରି ପାରି ନାହାନ୍ତି । କିନ୍ତୁ ଅକ୍ସନ ସରିବା ପରେ କ୍ୟାପଟେନ୍ କୁଲ ଏମ.ଏସ ଧୋନୀଙ୍କର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧୋନୀ ଜଣେ ଖେଳାଳିଙ୍କୁ ଧକ୍କା ଦେଉଥିବାର ଦେଖାଯାଇଛି ।

ମାହିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଅକ୍ସନରେ ୬ ଜଣ କେଳାଳିଙ୍କୁ ଦଳରେ ସାମିଲ କରିଛି । ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ ରବିନ୍ଦ୍ର, ଡାରିଲ ମିଚେଲଙ୍କ ସହିତ ବାଂଲାଦେଶର ଷ୍ଟାର ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଚେନ୍ନାଇ । ତେବେ ମୁସ୍ତାପିଜଙ୍କୁ ଦଳରେ ଯୋଡ଼ିବା ପରେ ଚେନ୍ନାଇ ସୁପର  କିଙ୍ଗସ ଏକ ଭିଡିଓ ପୋଷ୍ଟ କରିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦିନେ ମୁସ୍ତାଫିଜୁର ରହମାନଙ୍କୁ ଧୋନୀ ପଡ଼ିଆ ମଝିରେ ହିଁ ଧକ୍କା ମାରିଥିଲେ ।

ଏକ ମ୍ୟାଚରେ ମୁସ୍ତାପିଜୁର ରୋହିତଙ୍କୁ ରନ୍ ନେବା ସମୟରେ ବାଧା ଦେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଯେତେବେଳେ ଧୋନୀଙ୍କ ସହ ମୁସ୍ତାଫିଜୁର ଏହି ଭୁଲ କରିବା ପାଇଁ ଚେଷ୍ଟା କରିଥିଲେ, ମାହି ଏହାର ଉଚିତ ଜବାବ ଦେଇଥିଲେ । ରନ୍ ନେବା ପାଇଁ ମାହି ଚେଷ୍ଟା କରୁଥିବା ବେଳେ ମୁସ୍ତାଫିଜୁର ଜାଣି ଜାଣି ବାଟକୁ ଚାଲି ଆସିଥିଲେ, ତେଣୁ ଧୋନୀ ନିଜ ଷ୍ଟାଇଲରେ ବୋଲରଙ୍କୁ ଶକ୍ତ ଧକ୍କା ଦେଇ ସେହି ରନ୍ ପୂରଣ କରିଥିଲେ । ତେବେ ଧୋନୀଙ୍କ ଦ୍ୱାରା ଏଭଳି ଘଟଣା ଖୁବ ଚର୍ଚ୍ଚାରେ ରହିଥିଲା । ତେବେ ଅକ୍ସନରେ ଚେନ୍ନାଇ ସହ ମୁସ୍ତାଫିଜୁର ଯୋଡ଼ି ହେବା ପରେ ଚେନ୍ନାଇ ଏହି ଭିଡିଓକୁ ସେୟାର କରିଛି । ଯାହା ଏବେ ଖୁବ ଭାଇରାଲ ହେଉଛି ।

Get real time updates directly on you device, subscribe now.