fbpx

ରାଉରକେଲାରେ ଝାଡ଼ାବାନ୍ତି: ୬ ନୁହେଁ ୧୩ ଜଣଙ୍କ ମୃତ୍ୟୁ!, କେନ୍ଦ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉଲକେଲାକୁ ତୁରନ୍ତ କେନ୍ଦ୍ରୀୟ ସହାୟତା ମିଳୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଏହା ସହ ବ୍ୟକ୍ତିଗତ ଭାବେ ସେ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ ଏହି ଝାଡ଼ାବାନ୍ତିରେ ୬ ନୁହେଁ ବରଂ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି।

ସେପଟେ ଏହି ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ । ନୂଆ ରୋଗୀ ଗୁରୁତର ମଧ୍ୟ ହେଉନାହାନ୍ତି । ଆସନ୍ତା ୨ରୁ ୩ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ପରୀକ୍ଷା କରାଯାଇଛି । ଆକ୍ରାନ୍ତ ହେବାର କାରଣ ଖୋଜିବ ସ୍ୱତନ୍ତ୍ର ଟିମ୍ । ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୬ ଜଣଙ୍କର ଜୀବନ ଯାଇଛି ବୋଲି ସେ କହିଛନ୍ତି।

 

Get real time updates directly on you device, subscribe now.