fbpx

ଏବେ ଦୁର୍ଘଟଣା ଘଟାଇ ଫେରାର ହୋଇଗଲେ ଆଉ ଛାଡ ନାହିଁ, ଭୋଗିବ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସଡକରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଲୋକମାନେ ଏବେ ଆଇନର ଜାଲରୁ ଆଉ ଖସି ଯାଇ ପାରିବେ ନାହିଁ । ଏହି ଗମ୍ଭୀର ପ୍ରସଙ୍ଗକୁ ନେଇ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆ ଆଇନ ଜରିଆରେ ଯଦି ସଡକରେ କେହି ଦୁର୍ଘଟଣା ଘଟାଇ ଫେରାର ହୋଇଯିବ କିମ୍ବା ଆହତକୁ ସଡକ ଉପରେ ଛାଡି ଚାଲିଯିବ ତେବେ ତାକୁ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । କିନ୍ତୁ ଯଦି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ପୀଡିତକୁ ହସ୍ପିଟାଲ ପହଞ୍ଚାଇବ ତେବେ ଏ କ୍ଷେତ୍ରରେ ତା’ର ଦଣ୍ଡ କମ୍ କରି ଦିଆଯିବ । ଏହି ନୂଆ ଆଇନ ବିଷୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସୂଚନା ଦେଇଛନ୍ତି ।

ଅମିତ ଶାହ କହିଛନ୍ତି ପ୍ରଥମ ଥର ଆମ ସମ୍ବିଧାନର ଆତ୍ମା ଅନୁସାରେ ଆଇନ ଏବେ ମୋଦିଜୀଙ୍କ ନେତୃତ୍ୱରେ ତିଆରି ହେବାକୁ ଯାଉଛି । ୧୫୦ ବର୍ଷ ପରେ ଦେଶରେ ୩ ଆଇନ ବଦଳିବା ନେଇ ମୋତେ ଗର୍ବ ଅନୁଭବ ହେଉଛି । ଶାହ କହିଛନ୍ତି ଭାରତୀୟ ନାଗରିକ ସୁରକ୍ଷା ସଂହିତା (ସିଆରପିସି)ରେ ପୂର୍ବରୁ ୪୮୪ ଧାରା ଥିଲା ଏବେ ତାହା ୫୩୧ ହେବ । ୧୭୭ ଧାରାରେ ପରିବର୍ତ୍ତନ ହୋଇଛି । ୯ଟି ନୂଆ ଧାରା ସଂଯୁକ୍ତ ହୋଇଛି ।

ଶାହ କହିଛନ୍ତି ଆଇପିସି ୧୮୬୦ରେ ତିଆରି ହୋଇଥିଲା । ଏହାର ଉଦ୍ଦେଶ୍ୟ ନ୍ୟାୟ ଦେବା ନୁହେଁ ଦଣ୍ଡ ଦେବା ହିଁ ଥିଲା । ଏହା ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ସଂସଦରେ ମାନ୍ୟତା ପରେ ସାରା ଦେଶରେ ଲାଗୁ ହେବ ।

Get real time updates directly on you device, subscribe now.