fbpx
BSKY
BJD SHG SKY
BJD YOUTH SKY

ଶଶୁରଘରେ ଶୌଚାଳୟ ନଥିବାରୁ ଝିଅକୁ ଛାଡ଼ପତ୍ର ଦେବାକୁ କହିଲା ଜ୍ୱାଇଁ 

ନାଳନ୍ଦା: ନାଳନ୍ଦା ଜିଲ୍ଲାର ତେଲମାର ଗାଁରେ ଦେଖିବାକୁ ମିଳିଥିଲା ଫିଲ୍ମ ‘ଟଏଲେଟ୍ ଏକ ପ୍ରେମ କଥା’ର ଝଲକ। ଶଶୁରଘରେ ଶୌଚାଳୟ ନଥିବା ବେଳେ ୨ ବର୍ଷ ହେଲା ଆସିନାହାନ୍ତି ଜ୍ୱାଇଁ। ମାମଲା ଏତେ ବଢିଯାଇଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ବସିଲାଣି। ଶୌଚାଳୟ ନଥିବାରୁ ଜ୍ୱାଇଁ ଝିଅକୁ ଛାଡ଼ପତ୍ର ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏକତାରେ ରାଗି ଯୁବତୀଙ୍କ ପରିବାର ଲୋକେ ବିବାହ କରିଥିବା ମଧ୍ୟସ୍ତିଙ୍କ ନିକଟରେ ଅଭିଯୋଗ କରିଥିଲେ।

ବିବାହ ସମୟରେ ପୁଅ ଶୌଚାଳୟ ନିର୍ମାଣ କରିବାକୁ କହିଥିଲା। ସେତେବେଳେ ଝିଅର ବାପା ବିକିଙ୍କୁ ଶୌଚାଳୟ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବିବାହ ପରେ ମଧ୍ୟ ଶୌଚାଳୟ ନିର୍ମାଣ ହୋଇନଥିଲା। ଯେଉଁଥିପାଇଁ ବିବାହର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଜ୍ୱାଇଁ ଥରେ ବି ଶ୍ୱଶୁର ଘରେ ପାଦ ଦେଇନାହାନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଏହି ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ମିଆଁ ଓ ବିବିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଝିଅର ମା’ କେଉଁଠୁ ଶୌଚାଳୟ ନିର୍ମାଣ କରିବେ ସେ ନେଇ କହିଥିଲେ। ଶୌଚାଳୟ ନିର୍ମାଣ ପାଇଁ ଆମ ପାଖରେ ଟଙ୍କା ନାହିଁ ଏବଂ ସରକାରୀ ଯୋଜନାର ଲାଭ ମିଳୁନାହିଁ ।

ଏପଟେ କିନ୍ତୁ ଶ୍ୱଶୁର ଘରେ ଶୌଚାଳୟ ନିର୍ମାଣ କରା ନଗଲେ ମୁଁ ସେଠାକୁ ଯିବି ନାହିଁ ବୋଲି ଜିଦ୍ ଧରିଛନ୍ତି ଜ୍ୱାଇଁ। ଜ୍ୱାଇଁ କିଛି ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ଶାଶୁଘର ଭିତରେ ଶୌଚାଳୟ ନିର୍ମାଣ କରାଯାଉ, ତା’ପରେ ହିଁ ଝିଅର ଘରକୁ ଯିବେ ନଚେତ ଛାଡ଼ପତ୍ର ପାଇଁ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ଏ ନେଇ ଯୁବତୀଙ୍କ ପରିବାର ଲୋକେ ବିବାହ କରାଇଥିବା ମଧ୍ୟସ୍ତିଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ଏବେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Get real time updates directly on you device, subscribe now.