fbpx

(Video) ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେଲେ ‘ଧୋନୀ’! ୭ କୋଟି ଟଙ୍କାରେ କିଣିନେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଆଇପିଏଲ ଅକ୍ସନରେ ମହଙ୍ଗା ଦାମରେ ବିକ୍ରି ହୋଇଛନନ୍ତି ଅଷ୍ଟେଲିଆର ଷ୍ଟାର କ୍ରିକେଟର । ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳ ଭାରେ ୨୪.୭୫ କୋଟି ଟଙ୍କାରେ କୋଲକାତାକୁ ବିକ୍ରି ହୋଇଥିବା ବେଳେ ଦଳର ଅଧିନାୟକ ପ୍ୟାଟ କମିନ୍ସ ୨୦.୫୦ କୋଟି ଟଙ୍କାରେ ବିକ୍ରି ହୋଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଛନ୍ତି ’ଧୋନୀ’ । ଦଳରେ ଧୋନୀ ସାମିଲ ହେବା ପରେ ବିସିସିଆଇର ପୁରୁଣା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
କିଏ ଏହି ଖେଳାଳି?

ତେବେ ଆସନ୍ତା ଆଇପିଏଲ ପାଇଁ ଏମ.ଏସ ଧୋନୀ ଚେନ୍ନାଇ ପକ୍ଷରୁ ଖେଳିବେ । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଥିବା ଖେଳାଳି ହେଉଛନ୍ତି କୁମାର କୁସାଗ୍ରା । ଧୋନୀ ଝାଡ଼ଖଣ୍ଡର, ଏହି ଖେଳାଳି ମଧ୍ୟ ଝାଡ଼ଖଣ୍ଡର । ଧୋନୀଙ୍କ ଭଳି ସେ ମଧ୍ୟ ୱିକେଟ କିପର କମ ବ୍ୟାଟର । ଧୋନୀଙ୍କ ଭଳି କୁସାଗ୍ରା ମଧ୍ୟ ବଡ଼ ବଡ଼ ଛକା ଲଗାଇବାରେ ମାହିର । ତେଣୁ କୁମାର କୁସାଗ୍ରାଙ୍କୁ ଦ୍ୱିତୀୟ ଧୋନୀ ବୋଲି କୁହାଯାଉଛି । ତେବେ ଆଇପିଏଲ-୨୦୨୪ ଅକ୍ସନରେ ଦ୍ୱିତୀୟ ଧୋନୀ ବା କୁମାର କୁସାଗ୍ରାଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

କୁମାର କୁସାଗ୍ରା ଶେଷ ୧୦ ମାସରେ ହ୍ୱାଇଟ ବଲ କ୍ରିକେଟରେ କମାଲ କରୁଛନ୍ତି । ୨୦୨୨-୨୩ ବିଜୟ ହଜାରେ ଟ୍ରଫି ଏବଂ ଦେଓଧର ଟ୍ରଫିରେ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ କୁସାଗ୍ରା । ସେହିଭଳି ୨୦୨୧-୨୨ ରଣଜି ଟ୍ରଫିରେ ମଧ୍ୟ ୪୩୯ରନର ସେ ଏକ ଦମଦାର ପାରି ଖେଳିଥିଲେ । ନାଗାଲାଣ୍ଡ ସହ ପ୍ରି-କ୍ୱାଟର ଫାଇନାଲରେ ୩୬ଟି ଚଉକା ଏବଂ ୨ଟି ଛକା ସହ ୨୬୬ ରନ୍ କରିଥିଲେ କୁସାଗ୍ରା । ବ୍ୟାଟିଂ ସହିତ ୱିକେଟ କିପିଙ୍ଗରେ ମଧ୍ୟ ସେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ଧୋନୀଙ୍କ ଖେଳର କ୍ୟାପଟେନ୍ କୁଲ ମାହିଙ୍କ ଝଲକ ତିବାରୁ ଗାଙ୍ଗୁଲି ତାଙ୍କୁ ଦଳରେ ସାମିଲ କରିଛନ୍ତି । ଅକ୍ସନରେ ଗୁଜୁରାଟ ଟାଇଟନ୍ସ ସହ ବିଡିଂରେ ଲଢ଼େଇ କରି ୭.୨୦ କୋଟିରେ କୁସାଗ୍ରାଙ୍କୁ ଦଳରେ ସାମିଲ କରିଛନ୍ତି ସୌରଭ ଗାଙ୍ଗୁଲି ।

Get real time updates directly on you device, subscribe now.