fbpx
BSKY
BJD SHG SKY
BJD YOUTH SKY

ଘରର ବାସ୍ତୁ ଦୋଷ ମଧ୍ୟ ଦୂର କରିବାସହ କୌଣସି ନକାରାତ୍ମକ ଶକ୍ତିକୁ ପ୍ରବେଶ କରାଇଦିଏନି ‘ବାଘୁଆ ମିରର୍’

ଓଡ଼ିଶା ଭାସ୍କର: ବାଗୁଆ ଦର୍ପଣ ଏକ ବିଶେଷ ପ୍ରକାରର ଦର୍ପଣ । ଏହାର ଆକୃତି ଅଷ୍ଟକୋଣୀୟ ଅଟେ । ଯେଉଁଥିରେ ୮ଟି ପାର୍ଶ୍ୱ ରହିଛି ଏବଂ ୩-୩ଟି ଫେଙ୍ଗଶୁଇ ତ୍ରିକୋଣ ଅର୍ଥାତ୍ ସମସ୍ତ ଆଠଟି ପାର୍ଶ୍ୱରେ ରେଖା ରହିଛି, ସେଥିମଧ୍ୟରୁ କିଛି ଗାର ଭଳି ରେଖା ଥିବା ବେଳେ ଆଉ କିଛି ସମ୍ପୂର୍ଣ୍ଣ ରେଖା ରହିଛି । ଏହାର ମଝିରେ ଏକ ଗୋଲାକାର ଦର୍ପଣ ରହିଛି। ଏହାକୁ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଏକ ନିର୍ଧିଷ୍ଟ କାରଣ ପାଇଁ ସ୍ୱତନ୍ତ୍ର ସ୍ଥାନରେ ରଖାଯାଏ ।

୧. ବିଶ୍ୱାସ ରହିଛି ଯେ ଏହାକୁ ଲଗାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ନକାରାତ୍ମକ ଶକ୍ତି ନ ଆସିବା ପାଇଁ ବାଗୁଆ ଦର୍ପଣ ବ୍ୟବହାର କରାଯାଇପାରିବ। ଏହା ଶକ୍ତିର ସନ୍ତୁଳନ ମଧ୍ୟ ବଜାୟ ରଖିଥାଏ।

୨. ବାଗୁଆ ଦର୍ପଣ ମଧ୍ୟ ଦୁଃଷ୍ଟ ଆତ୍ମାମାନଙ୍କଠାରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ ।

୩. ଯଦି ଆପଣଙ୍କ ଘର ରାସ୍ତାର ସିଦ୍ଧା ଦୃଷ୍ଟି ପଡ଼ିଛି, ଛକ ସିଧାରେ କିମ୍ବା ଦକ୍ଷିଣ ଦିଗରେ ଅଛି କିମ୍ବା ଘରେ କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ପଡୁଛି ତେବେ ଆପଣ ଏହାକୁ ଲଗାଇ ପାରିବେ ।

୪. ଏହାକୁ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ବିଶେଷ କରି ବଡ଼ ବଡ଼ ଘର ଓ କୋଠାରେ ଏହାକୁ ଲଗାଯାଇଥାଏ।

୫. ଏହାକୁ ଲଗାଇବା ଦ୍ୱାରା ଧୀରେ ଧୀରେ ଭଲ ଦିନ ଆରମ୍ଭ ହୋଇଥାଏ।

ବିଶେଷ ସୂଚନା: ଏହି ଦର୍ପଣ ଲଗାଇବା ପୂର୍ବରୁ ଆପଣ ନିଶ୍ଚୟ ଜଣେ ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ ଆପଣ ଓଲଟା ଫଳ ପାଇ ପାରନ୍ତି । 

Get real time updates directly on you device, subscribe now.