fbpx

ପିଲାମାନଙ୍କ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କିପରି ତିଆରି କରିବେ ୧ କୋଟି ଟଙ୍କାର ଫଣ୍ଡ

ନୂଆଦିଲ୍ଲୀ: ପିଲାମାନଙ୍କ ବିବାହରେ ବହୁତ ଖର୍ଚ୍ଚ ହୋଇଥାଏ । ଆପଣ ଘର ତିଆରି ପାଇଁ ହୋମ ଲୋନ ନେଇପାରିବେ । ପାଠ ପଢା ପାଇଁ ଏଜୁକେସନ ଲୋନ ନେଇପାରିବେ । ହେଲେ ବିବାହ ପାଇଁ ଏତେ ବଡ଼ ଲୋନ କେଉଁଠାରୁ ଯୋଗାଡ଼ କରିବେ ତାହା ଏକ ଚିନ୍ତାର ବିଷୟ । ନିରନ୍ତର ସଞ୍ଚୟ ଏବଂ ନିବେଶ ହେଉଛି ଏହି ସମସ୍ୟାର ସବୁଠାରୁ ବଡ଼ ସମାଧାନ । ପିଲା ଜନ୍ମ ହେବା ମାତ୍ରେ ଆପଣ ତା’ର ପାଠ ପଢା ଏବଂ କିଛି ଟଙ୍କା ବିବାହ ପାଇଁ ନିବେଶ କରନ୍ତୁ । ଏହି ଟଙ୍କାକୁ ଆପଣ ଏକ ଭଲ ନିବେଶ ବିକଳ୍ପରେ ପକାଇପାରିବେ । ମ୍ୟୁଚୁଆଲ ଫଣ୍ଡ ଏସଆଇପି ଏକ ଭଲ ଅପସନ ଅଟେ । ଆପଣ ଏପରି କରି ନିଜ ପିଲାଙ୍କ ବିବାହ ଫଣ୍ଡ ପ୍ରସ୍ତୁତ କରିପାରିବେ । ଆପଣ ପ୍ରତି ମାସରେ ନିଜ ଦରମାରୁ କିଛି ରାଶି ଏସଆଇପି ଜରିଆରେ ନିବେଶ କରିପାରିବେ ।

ଆପଣଙ୍କୁ ଯଦି ୨୦-୨୧ ଲକ୍ଷ ଟଙ୍କାର ଆବଶ୍ୟକ ପଡେ ତେବେ ଆପଣ ୬ ବର୍ଷରେ ଏହାକୁ ପ୍ରସ୍ତୁତ କରିପାରିବେ । ଏସଆଇପି କାଲକୁଲେଟର ଅନୁସାରେ, ଆପଣଙ୍କୁ ନିଜ ଦରମାରୁ ପ୍ରତି ମାସରେ ୨୦ ହଜାର ଟଙ୍କା ନିବେଶ କରିବାକୁ ପଡିବ । ଏହିପରି ୬ ବର୍ଷ ନିବେଶ କରିବାକୁ ପଡିବ । ୬ ବର୍ଷରେ ଆପଣ ସମୁଦାୟ ୧୪.୪ ଲକ୍ଷ ଟଙ୍କାର ଏସଆଇପିରେ ଦେଇଥିବେ । ଏହାକୁ ମ୍ୟୁଚୁଆଲ ଫଣ୍ଡରେ ୧୨ ପ୍ରତିଶତର ଆଭରେଜ ରିଟର୍ଣ୍ଣ ବୋଲି ଧରାଯାଏ । ଚକ୍ରବୃଦ୍ଧି ସୁଧ ଦର ସହିତ ୧୨ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ହିସାବରେ କାଲକୁଲେସନ କରନ୍ତୁ । ତେବେ ଆପଣଙ୍କୁ ୬ ବର୍ଷରେ ସମୁଦାୟ ୬.୭୫ ଲକ୍ଷ ଟଙ୍କା ସୁଧ ମିଳିବ । ଏହିପରି ୬ ବର୍ଷରେ ଆପଣଙ୍କ ପାଖେ ୧୪.୪+୬.୭୫ ଅର୍ଥାତ୍ ୨୧.୧୫ ଲକ୍ଷ ଟଙ୍କାର ଫଣ୍ଡ ପ୍ରସ୍ତୁତ ହୋଇଯିବ ।

ଯଦି ଆପଣ ନିଜ ଝିଅର ଜନ୍ମ ଠାରୁ ନିବେଶ କରିବାକୁ ଆରମ୍ଭ କରିବେ ତେବେ ଆପଣ ୧୫ ବର୍ଷରେ ୧ କୋଟି ଟଙ୍କାର ଫଣ୍ଡ ପ୍ରସ୍ତୁତ କରିପାରିବେ । ମାସିକ ୨୦ ହଜାର ଟଙ୍କାର ଏସଆଇପିରୁ ୧୫ ବର୍ଷରେ ଆପଣଙ୍କୁ ସମୁଦାୟ ନିବେଶ ୩୬ ଲକ୍ଷ ଟଙ୍କା ହେବ । ଚକ୍ରବୃଦ୍ଧି ସୁଧ ସହିତ ୧୨ ପ୍ରତିଶତର ବାର୍ଷିକ ସୁଧ ଦର ନେବାରେ ଆପଣଙ୍କୁ ୧୫ ବର୍ଷରେ ୬୪.୯୨ ଲକ୍ଷ ଟଙ୍କାର ସୁଧ ମିଳିବ । ତେବେ ଆପଣଙ୍କ ପାଖେ ୧.୦୧ କୋଟି ଟଙ୍କାର ଫଣ୍ଡ ପ୍ରସ୍ତୁତ ହୋଇଯିବ । ଏଥିରେ ଆପଣ ନିଜ ଏବଂ ଆପଣଙ୍କ ପିଲାଙ୍କ ସ୍ୱପ୍ନକୁ ପୂରଣ କରିପାରିବେ ।

Get real time updates directly on you device, subscribe now.