fbpx
BJD
BJD SKY
BJD SKY

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ପଦବୀ ଲାଗି ପ୍ରାର୍ଥୀ ଆହ୍ୱାନ, ଜାଣନ୍ତୁ କ’ଣ ରହିଛି ଚୟନ ପ୍ରକ୍ରିୟା

BJD

ନୂଆଦିଲ୍ଲୀ: ଚାକିରୀ ସନ୍ଧାନରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ଲାଗି ଏକ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସଫେଇ କର୍ମଚାରୀ ସହ ଉପକର୍ମଚାରୀ ପଦ ଲାଗି ଆବେଦନପତ୍ର ଆହ୍ୱାନ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ୍‌—କୁ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ୯ ଜାନୁୟାରୀ ୨୦୨୪ । ଏହି ଭର୍ତ୍ତି ଜରିଆରେ ବିଭିନ୍ନ ରାଜ୍ୟରୁ ମୋଟ ୪୮୪ ପଦରେ ନିଯୁକ୍ତି ଦିଆଯିବ । ଗୁଜରାଟ-୭୬, ମଧ୍ୟପ୍ରଦେଶ-୨୪, ଛତିଶଗଡ-୧୪, ଦିଲ୍ଲୀ- ୨୧, ରାଜସ୍ଥାନ-୫୫, ଓଡିଶା-୨, ଉତ୍ତରପ୍ରଦେଶ-୭୮, ମହାରାଷ୍ଟ୍ର- ୧୧୮, ବିହାର-୭୬, ଝାରଖଣ୍ଡରୁ ୨୦ ପ୍ରାର୍ଥୀ ଚୟନ କରାଯିବ ।

ଯୋଗ୍ୟତା: ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ଉତ୍ତୀର୍ଣ୍ଣ/ଏସଏସସି ଉତ୍ତୀର୍ଣ୍ଣ/କିମ୍ବା ଏହାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଉଚିତ ।
ବୟସ: ପ୍ରାର୍ଥୀଙ୍କ ବୟସ ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଉଚିତ । ଅଧିକ ତଥ୍ୟ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ ।

Get real time updates directly on you device, subscribe now.