ଏଣିକି GPS ଆଧାରରେ ସଂଗ୍ରହ ହେବ ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ବଷର୍ୟରୁ ଟୋଲ ବ୍ୟବସ୍ଥାକୁ ଜିପିଏସ୍ ଆଧାରିତ କରାଯିବା ନେଇ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବୁଧବାର ସୂଚନା ଦେଇଛନ୍ତି । ଏହି ନୂତନ ଜିପିଏସ୍ ବ୍ୟବସ୍ଥାରେ ପ୍ରତି କିଲୋମିଟର ପିଛା ଟୋଲ ଟ୍ୟାକ୍ସ ଆଦାୟ କରାଯିବ ଅର୍ଥାତ ଟୋଲ ରାସ୍ତାରେ ଗାଡ଼ି ଯେତିକି ଡେରି ଚାଲିବ ସେହି ହିସାବରେ ଟୋଲ ଦେବାକୁ ପଡ଼ିବ ।

ରାଜପଥରେ ଚଳାଚଳ କରୁଥିବା ଯାନବାହନ ଗୁଡ଼ିକର ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ନିର୍ଧାରିତ ଦୂରତା ପାଇଁ ଗାଡ଼ି ଚାଳକଙ୍କ ଠାରୁ ସଠିକ ଶୁଳ୍କ ଆଦାୟ କରିବା ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ବୋଲି ଗଡ଼କରି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ଟୋଲ ପ୍ଲାଜା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଜିପିଏସ୍ ଆଧାରିତ ଟୋଲ ବ୍ୟବସ୍ଥା ସହିତ ନୂତନ ଟେକ୍ନୋଲୋଜି ଆଣିବା ନେଇ ସରକାର ଚିନ୍ତା କରୁଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ୍ ମାଧ୍ୟମରେ ଟୋଲ ଆଦାୟ ବ୍ୟବସ୍ଥା ଲାଗୁ ହୋଇପାରେ ।