fbpx

ସଂସଦର ସୁରକ୍ଷା ତୃଟି ଏବଂ ମିମିକ୍ରି ଭାଇରାଲ ଭିଡ଼ିଓକୁ ନେଇ ଦୁଃଖ ପ୍ରକାଶ କଲେ ମାୟାବତୀ

ନୂଆଦିଲ୍ଲୀ: ନିକଟରେ ସଂସଦରେ ଦେଖା ଦେଇଥିବା ସୁରକ୍ଷା ତୃଟିକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍ପି) ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ଦୁର୍ଭାଗ୍ୟଜନକ କହିଛନ୍ତି । ସଂସଦର ଉଭୟ ଗୃହରୁ ପ୍ରାୟ ୧୫୦ ସାଂସଦଙ୍କ ନିଲମ୍ବନ ସଂସଦ ଇତିହାସ ପାଇଁ ଦୁଃଖଦାୟକ ଏବଂ ଏହା ଲୋକମାନଙ୍କ ବିଶ୍ୱାସକୁ ଆଘାତ ଦେଇଛି ବୋଲି କହିଛନ୍ତି ମାୟାବତୀ । ଏଥିମଧ୍ୟରେ ନିଲମ୍ବିତ ସାଂସଦଙ୍କ ଦ୍ୱାରା ସଂସଦ ପରିସରରେ ରାଜ୍ୟସଭାର ସଭାପତିଙ୍କ ମିମିକ୍ରି ଭିଡିଓ ଭାଇରାଲ ହେବା ଅନୁଚିତ ଏବଂ ଅଶୋଭନୀୟ ଅଟେ । ସଂସଦର ସୁରକ୍ଷା ତୃଟି ଏକ ଗମ୍ଭୀର ବିଷୟ ଏବଂ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

INDIA ବୈଠକରେ ମାୟାବତୀ କହିଥିଲେ, ‘ ଏହି ବୈଠକରେ ସାମିଲ ନ ଥିବା ଦଳ ବିଷୟରେ ଅନାବଶ୍ୟକ ମନ୍ତବ୍ୟ ଦେବା ଉଚିତ ନୁହେଁ । ଏଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଭଲ କାରଣ ଭବିଷ୍ୟତରେ ଦେଶର ସ୍ୱାର୍ଥ ପାଇଁ କିଏ କେତେବେଳେ କାମରେ ଆସିବ ପୂର୍ବାନୁମାନ କରାଯାଇ ପାରିବନାହିଁ । ପରବର୍ତ୍ତୀ ସମୟରେ ଲୋକ ଲଜ୍ଜ୍ୟାର ଶିକାର ହେବାକୁ ପଡ଼ିପାରେ ତେଣୁ ‘ସପା’କୁ ବିଶେଷ ଧ୍ୟାନ ରଖିବାକୁ ପଡ଼ିବ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଏସ୍ପି ଏକ ଧର୍ମ ନିରପେକ୍ଷ ଦଳ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦଳର କୋ÷ଣସି ଅସୁବିଧା ନାହିଁ ।

Get real time updates directly on you device, subscribe now.