fbpx

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଇଡିର ସମନକୁ ନେଇ କେଜ୍ରିୱାଲ କହିଲେ – ମୁଁ ପ୍ରତ୍ୟେକ ଡାକରା ଗ୍ରହଣ କରିବାକୁ ପ୍ରସ୍ତୁତ, କିନ୍ତୁ …

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜର ହେବାକୁ କରିଥିବା ନୋଟିସ୍‌କୁ ପୁଣି ଏଡାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କର ଲୁଚାଇବାକୁ କିଛି ନାହିଁ ଏବଂ ଏହି ଡାକରା ପ୍ରତ୍ୟାହାର କରାଯିବା ଉଚିତ। ଅରବିନ୍ଦ କେଜ୍ରିୱାଲ ଲେଖିଛନ୍ତି, ‘ମୁଁ ପ୍ରତ୍ୟେକ ଆଇନଗତ ସମନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ପୂର୍ବ ପରି ଇଡିର ଏହି ସମନ ମଧ୍ୟ ବେଆଇନ ଅଟେ। ଇଡିର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତେଣୁ ସମନ ପ୍ରତ୍ୟାହାର କରାଯିବା ଉଚିତ୍। ଆଗରୁ ସେ କହିଥିଲେ ଯେ “ମୁଁ ମୋ ଜୀବନକୁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହ ବଞ୍ଚିଛି ଏବଂ ମୋର ଲୁଚାଇବାକୁ କିଛି ନାହିଁ’। ତେଣୁ ଏଭଳି କିଛି କହି ସେ ଏଥର ବି ଇଡିରେ ହାଜର ହେବେନି ବୋଲି କହିଛନ୍ତି।

ସୂଚନା ଥାଉକି, ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ତାଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା ଇଡି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ବି କେନ୍ଦ୍ରୀୟ ସଂସ୍ଥାରେ ହାଜର ହେବେ ନାହିଁ ବୋଲି ଜଣାପଡିଛି। କେଜ୍ରିୱାଲ ୧୦ ଦିନିଆ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ ବୁଧବାର ଠାରୁ ଏକ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି । ଏହି ଅବଧି ମଧ୍ୟରେ କେଜ୍ରିୱାଲ କାହାକୁ ଭେଟିବେ ନାହିଁ । ଆପ୍ କର୍ମକର୍ତ୍ତା ଓ ନେତାମାନେ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ କେଜ୍ରିୱାଲ ଅଜ୍ଞାତ ସ୍ଥାନକୁ ଯାଇଥିବା କଥା କହୁଥିଲେ ମଧ୍ୟ ସେ ପଞ୍ଜାବର ହୋସିଆରପୁର ଆନନ୍ଦଗଡ‌ ଗ୍ରାମ ଯାଇଥିବା ଜଣାପଡ଼ିଛି । ଏଠାରେ ଏକ ପାହାଡ଼ ଗୁମ୍ଫାରେ ସେ ୧୦ ଦିନ ଧ୍ୟାନ କରିବେ । ଏଥିପାଇଁ ଏଠାରେ ୫୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ଏସପି ଏବଂ ଡିଏସପି ସ୍ତରର ଅଧିକାରୀମାନେ ନଜର ରଖିବେ। ଧ୍ୟାନ କେନ୍ଦ୍ର ଚାରିପଟେ ବ୍ୟାରିକେଡ୍ ଲଗାଯାଇଛି।

 

Get real time updates directly on you device, subscribe now.