fbpx
BSKY
BJD MC SKY
BJD YOUTH SKY

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ଚାଲିବାର ଆବଶ୍ୟକତା ପଡିବନି

ନୂଆଦିଲ୍ଲୀ:ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେବ । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଛି । ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ମାଣ କାର୍ଯ୍ୟ ସଂପର୍କରେ ତଦାରଖ ପାଇଁ ଆଜି ଅଯୋଧ୍ୟା ଯାତ୍ରା କରୁଛନ୍ତି ।
୨୨ଜାନୁୟାରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୂର୍ଣ୍ଣ ବିଧି ବିଧାନ ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ଏହା ପୂର୍ବରୁ ଭବ୍ୟ ଆୟୋଜନ ଓ ନିମନ୍ତ୍ରଣ ପ୍ରେରଣ କାର୍ଯ୍ୟ ଜାରି ରହିଛି । ତେବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ବୟସ୍କ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କୁ ଭବ୍ୟ ପରିସରରେ ଅଧିକ ପାଦରେ ଚାଲିବାକୁ ପଡିବ ନାହିଁ । କାରଣ ମନ୍ଦିର ନିର୍ମାଣ ଟ୍ରଷ୍ଟ ସେମାନଙ୍କ ଲାଗି ଇ-ବାହାନର ବ୍ୟବସ୍ଥା କରିଛନ୍ତି ।

ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଅନିଲ ମିଶ୍ରା କହିଛନ୍ତି ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ରାମ ଜନ୍ମଭୂମି ଉତ୍ସବକୁ ଆସୁଥିବା ବୟସ୍କ ଆଗନ୍ତୁକଙ୍କ ଲାଗି ବିଶେଷ ବ୍ୟବସ୍ଥା କରିବ । ବରିଷ୍ଠ ନାଗରିକଙ୍କୁ ଏହି ଭବ୍ୟ ପରିସରରେ ଅଧିକ ବାଟ ପାଦରେ ଚାଲିବାକୁ ପଡିବ ନାହିଁ । ଏହା ସହିତ ଅସୁସ୍ଥ ଶ୍ରଦ୍ଧାଳୁମାନଙ୍କ ଲାଗି ବି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମାନଙ୍କ ଲାଗି ଇ-ବାହାନର ବ୍ୟବସ୍ଥା କରାଯିବ । ଏହି ଇ-ବାହାନ ୧୨ଯାତ୍ରୀ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଚାଳିତ ଗଲ୍ଫ କାର୍ଟ ହିଁ ରହିବ । ଏହି ସୁବିଧାର ଲାଭ ନେବା ପାଇଁ ବରିଷ୍ଠ ନାଗରିକମାନେ ରାମ ମନ୍ଦିର ପ୍ରବେଶ ଦ୍ୱାର ସ୍ୱାଗତ କାର୍ଯ୍ୟାଳୟରେ ସଂପର୍କ କରିପାରିବେ । ସେମାନଙ୍କୁ ଇ-ବାହାନରେ ବସାଇ ଗର୍ଭଗୃହର ନିକଟତମ ବିନ୍ଦୁ ପର୍ଯ୍ୟନ୍ତ ନିଆଯିବ ।

Get real time updates directly on you device, subscribe now.