fbpx

ସାହାରା ଜମାକାରୀଙ୍କୁ ସୁପ୍ରିମକୋର୍ଟ ଭରସା! ଏବେ ବି ଅର୍ଥ ପାଇନାହାନ୍ତି ୩ କୋଟି ନିବେଶକ, ରାଜ୍ୟସଭାରେ ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାହାର ନିବେଶକଙ୍କୁ ସେମାନଙ୍କର ନିବେଶ ଅର୍ଥ ଫେରସ୍ତ ପାଇଁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ଏକ ପୋର୍ଟାଲ ଲଞ୍ଚ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଛି ନିବେଶକଙ୍କୁ ସେମାନଙ୍କର ଜମା ଅର୍ଥ ଫେରସ୍ତ କରାଯାଇଥିଲା । ତେବେ ଗତ ମାସ ୧୪ ତାରିଖରେ ସାହାରା ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ବିୟୋଗ ପରେ ଜମାକାରୀଙ୍କୁ ଲାଗିଥିଲା ଏକ ବଡ଼ ଝଟକା । ନିଜ ନିଜର ଜମା ଅର୍ଥ ଫେରିବା ପାଇବା ପାଇଁ ଲକ୍ଷ ଲକ୍ଷ ନିବେଶକ ଆଶଙ୍କା ପ୍ରକାଶ କରିଥିଲେ ।

ତେବେ ଏହା ମଧ୍ୟରେ ଚଳିତ ମାସରେ ନିବେଶକଙ୍କ ପାଇଁ ଆସିଥିଲା ଏକ ବଡ଼ ଅପଡେଟ୍ । କେନ୍ଦ୍ର କର୍ପୋରେଟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ଇନ୍ଦ୍ରଜିତ ସିଂହ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଥିଲେ । ସାହାରା ମୁଖ୍ୟଙ୍କ ପରଲୋକ ପରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଅଟକିବ ନାହିଁ । କମ୍ପାନୀ ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଯାଞ୍ଚ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ସେ କହିଥିଲେ ।

ତେବେ ସାହାରା ପୋର୍ଟାଲ ଆରମ୍ଭ ହେବା ପରେ ମଧ୍ୟ ଅନେକ ନିବେଶକଙ୍କୁ ସେମାନଙ୍କର ଅର୍ଥ ରିଫଣ୍ଡ କରାଯାଇନାହିଁ । ତେବେ ଏହା ମଧ୍ୟରେ ସାହାରା ନିବେଶକଙ୍କ ପାଇଁ ଆସିଛି ପୁଣି ଏକ ନୂଆ ଅପଡେଟ୍ । ଏହା ମଧ୍ୟରେ ସମସ୍ତ ଚିନ୍ତିତ ନିବେଶକଙ୍କୁ କେନ୍ଦ୍ର ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସମସ୍ତ ନିବେଶକଙ୍କୁ ସମସ୍ତ ଅର୍ଥ ଫେରସ୍ତ କରାଯିବ ବୋଲି କେନ୍ଦ୍ର ସରକର ଭରସା ଦେଇଛନ୍ତି ।

କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ବି.ଏଲ ବର୍ମା ଏ ବାବଦରେ ରାଜ୍ୟସଭାରେ ଏକ ପ୍ରଶ୍ନର ଜବାବ ଦେଇଛନ୍ତି । ପାଖାପାଖି ୩ କୋଟି ନିବେଶକଙ୍କ ପାଇଁ ସାହାରା ସମବାୟ ସମିତିଗୁଡ଼ିକରୁ ରିଫଣ୍ଡ ପାଇଁ ଦାବି କରାଯାଇଛି । ସମିତିଗୁଡ଼ିକୁ ୮୦ ହଜାର କୋଟି ଟଙ୍କା ରିଫଣ୍ଡ ମଗା ଯାଇଛି । ନିବେଶକଙ୍କ ଅଟକି ରହିଥିବା ଅର୍ଥ ରିଫଣ୍ଡ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟ ଯିବେ । ୩ କୋଟି ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ସରକାର ଦାବି କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.