fbpx
BSKY
BJD MC SKY
BJD YOUTH SKY

‘ଡଙ୍କି’ ରିଲିଜ ହେବା ପରେ ଶାହରୁଖ ଦେଲେ ପ୍ରଶଂସକମାନଙ୍କ ପାଇଁ ଏହି ମେସେଜ: ପୋଷ୍ଟ ଭାଇରାଲ

ମୁମ୍ବାଇ: ଶାହରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ ଆଜି ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ତେବେ ଏହି ଫିଳ୍ମ ରିଲିଜ ହେବା ପୂର୍ବରୁ ଏହାର କ୍ରେଜ ଶାହରୁଖଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଏପରିକି ପ୍ରାୟ ୧.୫ ଲକ୍ଷ ଟିକେଟ ଆଡ଼ଭାନ୍ସ ବୁକିଂରେ ମାତ୍ର ଦୁଇଦିନ ମଧ୍ୟରେ ବିକ୍ରି ହୋଇସାରିଥିଲା । ସୋସିଆଲ ମିଡିଆ ସହିତ ଥିଏଟରରେ ମଧ୍ୟ ଲୋକମାନେ ଏହି ଚଳଚ୍ଚିତ୍ରକୁ ଭଲ ରିଭିୟୁ ଦେଇଛନ୍ତି ।

ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବାର କିଛି ସମୟ ମଧ୍ୟରେ କିଙ୍ଗ ଖାନ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟରେ ସେ ନିଜ ପ୍ରଶଂସକମାନଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି । ତେବେ ଏହି ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ପୋଷ୍ଟରେ କିଙ୍ଗ ଖାନ ‘ଡଙ୍କି’ ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରି ନିଜ ପ୍ରଶଂସକଙ୍କ ପାଇଁ ଏକ ମେସେଜ ଦେଇଛନ୍ତି । ସେ ଲେଖିଛନ୍ତି ଯେ- “ଡଙ୍କି ଯେଉଁଠାରୁ ଆରମ୍ଭ ହୋଇଥିଲା ଆମେ ମଧ୍ୟ ସେହିଠାରୁ ଆରମ୍ଭ କରିବା । ଏବେ ପ୍ରେକ୍ଷାଳୟକୁ ଆସି ଯାଅ । ଆମର ରୋଲରକଷ୍ଟର ରାଇଡ଼ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ।” ତେବେ ଶାହରୁଖଙ୍କ ଏହି ପୋଷ୍ଟରେ ତାଙ୍କର ଫ୍ୟାନମାନେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଏହା ସହିତ ଶାହରୁଖଙ୍କ ଚଳଚ୍ଚିତ୍ରକୁ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି ତାଙ୍କ ପ୍ରଶଂସକମାନେ ।

ସୂଚନାଯୋଗ୍ୟ, ‘ପି.କେ’, ‘ସଞ୍ଜୁ’, ‘୩-ଇଡିଅଟସ୍’, ‘ମୁନ୍ନାଭାଇ ଏମ.ବି.ବି.ଏସ’ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତେବେ ଶାହରୁଖଙ୍କ ସହିତ ବିକି କୌଶଲ ଏବଂ ତାପସୀ ପନ୍ନୁଙ୍କୁ ମଧ୍ୟ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.