fbpx

ମାଗଣାରେ ଦେଖନ୍ତୁ ‘ଡଙ୍କି’ ଫିଲ୍ମ, ମିଳୁଛି ଜବରଦସ୍ତ ଅଫର, ଏପରି କରନ୍ତୁ ବୁକିଙ୍ଗ

ନୂଆଦିଲ୍ଲୀ: ଶାହରୁଖ ଖାନ ଏବଂ ପନ୍ନୁ ଷ୍ଟାରର ଫିଲ୍ମ ଡଙ୍କି ଆଜି ରିଲିଜ ହୋଇସାରିଛି । ବହୁ ସମୟ ହେଲାଣି ଦର୍ଶକମାନଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଅନେକ କ୍ରେଜ ଦେଖିବାକୁ ମିଳିଛି । ଆପଣ ଯଦି ଏହି ଫିଲ୍ମକୁ ଦେଖିବା ପାଇଁ ପ୍ଲାନ କରିଛନ୍ତି ତେବେ ଜାଣନ୍ତୁ ଏହାକୁ କିପରି ଫ୍ରିରେ ବୁକ କରିପାରିବେ ।

ଆପଣ ଘରେ ବସି ଫ୍ରି ମୁଭି ଟିକେଟ ବୁକ୍ କରିପାରିବେ । ଏହା କରିବା ପାଇଁ ଆମେ ଆପଣଙ୍କୁ କିଛି ଟ୍ରିକ କହିବୁ । ଏହି ଟ୍ରିକକୁ ଫଲୋ କରିବା ପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପକୁ ଫଲୋ କରିବାକୁ ପଡିବ । ଫ୍ରି ମୁଭି ଟିକେଟ ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନିଜ ଫୋନରେ ବୁକ ମାଇଁ ଶୋକୁ ଓପେନ କରିବାକୁ ପଡିବ । ଆପ ଖୋଲିବା ପରେ ଡଙ୍କି ଫିଲ୍ମର ବ୍ୟାନର ଉପରେ କ୍ଲିକ କରନ୍ତୁ । ଏଠାରେ ସିନେମା ହଲ ଏବଂ ସିଟ ଚୟନ କରନ୍ତୁ । ଏହାପରେ ଆପଣଙ୍କୁ ପେମେଣ୍ଟ ଅପସନ ଉପରେ ଟ୍ୟାପ କରିବାକୁ ପଡିବ । ପେମେଣ୍ଟ ପେଜ ଉପରେ ଆପଣ ଲୋଗୋକୁ More Payment Options  ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ଅଲଗା ପେଜ ଉପରେ ଆପଣଙ୍କୁ Redeem Points ଅପସନ ଉପରେ ଟ୍ୟାପ କରିବାକୁ ପଡିବ ।

ରିଡିମ ପଏଣ୍ଟସ୍ ଉପରେ କ୍ଲିକ କରିବା ପରେ ବ୍ୟାଙ୍କିଙ୍ଗ ପାର୍ଟନର ଲିଷ୍ଟ ଆସିବ ଭାରି, ଏହି ଲିଷ୍ଟରେ ଆପଣ ବ୍ୟାଙ୍କକୁ ଚୟନ କରିବାକୁ ହେବ । ବ୍ୟାଙ୍କ ଚୟନ ପରେ ଆପଣଙ୍କୁ କ୍ରେଡିଟ୍ ଏବଂ ଡେବିଟ୍ ଦୁଇଟି ହିଁ କାର୍ଡ ଅପସନ ଦେବ ।
ଏଠାରେ ଧ୍ୟାନ ଦିଆନ୍ତୁ ଯେ, ଯଦି ଆପଣ ବୁକ ମାଇଁ ଶୋ ଆପ ଜରିଆରେ ମୁଭି ଟିକେଟ ବୁକିଂ କରୁଛନ୍ତି ତେବେ ଆପଣଙ୍କୁ ଡେବିଟ୍ କାର୍ଡର ଶେଷ ଚାରୋଟି ନମ୍ବର ଦେବାକୁ ପଡିବ । ହେଲେ ଯଦି ଆପଣ ବୁକ ମାଇଁ ଶୋର ଅଫିସିଆଲ ସାଇଟ ଜରିଆରେ ଟିକେଟ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ଡେବିଟ କାର୍ଡର ସମସ୍ତ ନମ୍ବର ଦେବାକୁ ପଡିବ ।

କାର୍ଡ ଏବଂ ଫୋନ ନମ୍ବର ଦେଇସାରିବା ପରେ ଚେକ ବାଲାନ୍ସ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ପଏଣ୍ଟସ ଦେଖାଯିବ । ଏହା ସେହି ପଏଣ୍ଟ ଯାହାକି ଆପଣ ଆପଣଙ୍କର ଡେବିଟ୍ କାର୍ଡର ୟୁଜ କରିବା ସମୟରେ ଅର୍ଜନ କରିଛନ୍ତି । ଏହି ପଏଣ୍ଟସବୁକ ମାଇଁ ଶୋ ମାଧ୍ୟମରେ ଫ୍ରି ମୁଭି ଟିକେଟ ଦେବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.