fbpx

ଯୌବନକୁ ଅକ୍ଷୁର୍ଣ୍ଣ ରଖେ ଏହିସବୁ ଖାଦ୍ୟ, ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ

ନୂଆଦିଲ୍ଲୀ: ଶରୀର ଠିକ୍ ଭାବରେ କାମ କରିବା ପାଇଁ କୋଲେଜନ୍ ବହୁତ ଜରୁରୀ । କୋଲେଜନ୍ ଏକ ପ୍ରୋଟିନ୍ ଯାହା ଆପଣଙ୍କ ତ୍ୱଚା, ହାଡ ଓ କେଶ ଲାଗି ଜରୁରୀ ହୋଇଥାଏ । ୨୫ ବର୍ଷ ପରେ ଶରୀରରେ କୋଲେଜନ ହ୍ରାସ ପାଇଥାଏ । ଏଣୁ ସମସ୍ତେ କୋଲେଜନରେ ଭରପୁର ଖାଦ୍ୟପଦାର୍ଥ ନିଜ ଡାଏଟରେ ସାମିଲ କରିବା ଉଚିତ ।

କୋଲେଜନ ଆମ ଶରୀରକୁ ବିଭିନ୍ନ ଉପାୟରେ ଶକ୍ତି ଯୋଗାଇଥାଏ । ଶରୀରରେ ଏହା ହ୍ରାସ ପାଇବା ଦ୍ୱାରା ହାଡ ଦୂର୍ବଳ ହୋଇଯାଏ । ଏହା ତ୍ୱଚାକୁ ସଂପୂର୍ଣ୍ଣ ଭାବରେ ମଇଶ୍ଚରାଇଜ୍ ରଖି ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । କୋଲେଜନ ତ୍ୱଚାକୁ ଟାଇଟ୍ ରଖିବାରେ ସହାୟକ ହୋଇଥାଏ । ଫଳରେ ବୟସ ବଢିଲେ ବି ତ୍ୱଚାରେ ଭାଙ୍ଗ ଦେଖାଯାଏ ନାହିଁ । ଏହା ସହିତ ଲମ୍ବା ଓ ଘନ କେଶ ଲାଗି କୋଲେଜନ ମଧ୍ୟ ବହୁତ ଜରୁରୀ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ଖାଦ୍ୟପଦାର୍ଥରେ କୋଲେଜନ ମାତ୍ରା ଅଧିକ ରହିଥାଏ ।
ଅଣ୍ଡା: ଅଣ୍ଡାର ଧଳା ଅଂଶ କେବଳ ଓଜନ ହ୍ରାସ କରିବାରେ ସହାୟକ ହୋଇ ନ ଥାଏ ବରଂ ଏହା କୋଲେଜନର ଏକ ଭଲ ଉତ୍ସ ହୋଇଥାଏ । ଏଥିରେ ପ୍ରୋଲାଇନ୍ ରହିଛି ଯାହା ଏକ ପ୍ରକାର ଆମିନୋ ଏସିଡ୍ । ଏହା କୋଲେଜନ ଉତ୍ପାଦନ ଲାଗି ଜରୁର ହୋଇଥାଏ ।
ମାଛ: କୋଲେଜନ ଅଭାବ ଦୂର କରିବାରେ ମାଛ ବହୁତ ଲାଭଦାୟୀ ହୋଇଥାଏ । ଆପଣ ସାଲମନ, ମାକେରଲ୍‌, ସାର୍ଡିନ ପରି ମାଛକୁ ଡାଏଟ୍‌ରେ ସାମିଲ କରନ୍ତୁ ।
ଚିକେନ୍‌: ବହୁ ଲୋକ ଚିକେନର ଅଲଗା ଅଲଗା ଅଂଶ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାର ତ୍ୱଚା ଓ କାର୍ଟିଲେଜରେ ବହୁତ କୋଲେଜନ ରହିଛି ।
ଖଟା ଫଳ: ସନ୍ତରା, ଲେମ୍ବୁ, ମୌସୁମୀ, କିୱି ପରି ଫଳରେ ଅଧିକ ଭିଟାମିନ୍ ସି’ ରହିଛି । ଭିଟାମିନ୍ ସି’ ଶରୀରରେ କୋଲେଜନ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.