fbpx

ରାଉରକେଲାରେ ଦେଖାଦେଇଥିବା ହଇଜା ଜନିତ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଉତ୍ତରାଞ୍ଚଳ ରାଜସ୍ୱ କମିଶନର

ଭୁବନେଶ୍ୱର: ରାଉରକେଲାରେ ଦେଖା ଦେଇଥିବା ହଇଜା ଜନିତ ପରସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ ଅବସରରେ ଶ୍ରୀ ଦଳାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଚିକିତ୍ସାଧୀନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ୧୪ ଜଣ ଡାକ୍ତରଙ୍କୁ ବିଭିନ୍ନ ଡାକ୍ତରଖାନାରୁ ଅଣାଯାଇ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସେ କହିଛନ୍ତି, ଏଥିପାଇଁ ୧୨ଟି ଦଳକୁ ନିୟୋଜିତ କରାଯାଇଛି । ଇତିମଧ୍ୟରେ ଏକ ଅନୁସନ୍ଧାନକାରୀ ଦଳ ହଇଜା ବ୍ୟାପିବାର ପ୍ରାଥମିକ କାରଣ ଖୋଜୁଛନ୍ତି ବୋଲି ସେ କହିଛନ୍ତି ।

ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜା । ଆଇଜିଏଚରେ ଚିକିିତ୍ସାଧୀନ ଅବସ୍ଥାରେ ୪୧ବର୍ଷିୟ ସାବିତ୍ରୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବା ପରେ ଗତ ସୋମବାର ସେ ହସ୍ପିଟାଲରେ ଭର୍ତି ହୋଇଥିଲେ । ହେଲେ, ମାରାତ୍ମକ କଲେରା କବଳରୁ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନି । ସରକାରୀ ଭାବେ ସ୍ପଷ୍ଟ କରାଯାଇନଥିଲେ ବି ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.