fbpx

(video)ନବବଧୂ ପରି ସଜେଇ ହେଉଛି ଅଯୋଧ୍ୟା, ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଛି ସମସ୍ତ ପ୍ରକାର ସୁବିଧା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅଯୋଧ୍ୟାର ଡିଭିଜନାଲ କମିଶନର ଗୌରବ ଦୟାଲ କହିଛନ୍ତି ମୁଖ୍ୟ ରୂପରେ ୪ଟି କରିଡର ନିର୍ମାଣ କରାଯାଉଛି । ଯେଉଁଥିରୁ ୩ଟିର କାର୍ଯ୍ୟ ଶେଷ ହୋଇ ସାରିଲାଣି । ରାମପଥରେ କାର୍ଯ୍ୟ ଯୁଦ୍ଧ ସ୍ତରରେ ଚାଲିଛି । ସମସ୍ତ କାର୍ଯ୍ୟ ୩୦ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାମ ଜନ୍ମଭୂମି ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଯେଉଁ ଦୁଇ ROB ନିର୍ମାଣ ହୋଇଛି ତାହା ଖୁବ୍ ଶୀଘ୍ର ଲାଗୁ ହୋଇଯିବ । ସେ କହିଛନ୍ତି କି କେତେକ ଲେନ୍ ୩୦ ଡିସେମ୍ବର ସୁଦ୍ଧା ଖୋଲିଯିବ ଓ ଅନ୍ୟ ଲେନ୍‌ରେ କାମ ପୁରା ହେବା ପରେ ଜନସାଧାରଣଙ୍କ ଲାଗି ଖୋଲିଦିଆଯିବ ।

ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ଅଯୋଧ୍ୟା ନଗରୀକୁ ଏକ ନବବଧୂ ପରି ସଜାଇ ଦିଆଯିବ । ରାମ ମନ୍ଦିର ଆଡକୁ ଯାଉଥିବା ମାର୍ଗ, ପାଚେରୀକୁ ପେଣ୍ଟ କରାଯାଇ ସେଥିରେ ରାମାୟଣ ସମୟର କଳାକୃତି ପ୍ରଦର୍ଶିତ କରାଯାଇଛି । ବିକାଶ କାର୍ଯ୍ୟ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ମଝିରେ ମଝିରେ ଅଯୋଧ୍ୟା ଆସୁଛନ୍ତି । ତେବେ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଲକ୍ଷ୍ୟ କରି ତାମିଲ, ତେଲଗୁ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ସୂଚନା ଲଗାଯିବ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରମୁଖ ମନ୍ଦିର ଆଡକୁ ଯାଉଥିବା ରାସ୍ତାକୁ ଚିହ୍ନିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଯେଉଁ ମାର୍ଗରେ ଶ୍ରଦ୍ଧାଳୁ ଚାଲି ଚାଲି ଯିବେ ସେଠାରେ ଗାଡି ଚଳାଚଳ ବନ୍ଦ କରିଦିଆଯାଇଛି ।

Get real time updates directly on you device, subscribe now.