fbpx
BSKY SKY
BSKY SKY

ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ: ପୂରଣ ହେବ ୧୦୦୮ଟି PGT ପଦ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକ ଅଭାବ ପୂରଣ କରିବା ସହିତ ରାଜ୍ୟକୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନିରନ୍ତର ଭାବେ ପ୍ରୟାସ ଚଳାଇଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରାଥମିକ, ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ଶିକ୍ଷକ ଆଶାୟୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର ।

ସୂଚନା ମୁତାବକ, ରାଜ୍ୟରେ ୧୦୦୮ଟି ଉଚ୍ଚ ମାଧ୍ୟମିକ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ହେବ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୨୩ଟି ବିଷୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପିଜିଟି ପଦରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି । ଶିକ୍ଷକ ପଦ ପୂରଣ ପାଇଁ ପ୍ରାର୍ଥୀ ଚୟନ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଅବଗତ କରାଯାଇଛି ।

ତେବେ ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ପୂରଣ ହେବ । ଏଥିସହିତ ବିଭିନ୍ନ ବିଷୟରେ ଏହି ନିଯୁକ୍ତି ଦିଆଯାଉଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ । ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଏବଂ ମାଧ୍ୟମିକ ସ୍କୁଲରୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଶିକ୍ଷାର ଗୁଣବତ୍ତାକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମିର ଉନ୍ନତିକରଣ ଓ ଶିକ୍ଷକ ନିଯୁକ୍ତି ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ।

Get real time updates directly on you device, subscribe now.