fbpx

IPL-2024 ପୂର୍ବରୁ ଏହି ଖେଳାଳିଙ୍କ ଉପରେ ବ୍ୟାନ୍: ବିରାଟ କୋହଲିଙ୍କ ଦଳରେ ହୋଇଥିଲେ ସାମିଲ…

ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ବିରାଟ କୋହଲିଙ୍କ ଦଳ ସହ ସାମିଲ ହୋଇଥିବା ଜଣେ ଖେଳାଳିଙ୍କ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି । ଆଇପିଏଲ ପାଇଁ ହୋଇଥିବା ଅକ୍ସନରେ ବାଙ୍ଗାଲୋର କିଣିଥବା ଜଣେ ଷ୍ଟାର ଖେଳାଳିଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆସିଛି । ଯାହାଫଳରେ ତାଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରାଯାଇଛି । ଅମ୍ପାୟାରଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି ।

ସୂଚନା ଅନୁସାରେ, ଆଇପିଏଲରେ ଲୋକପ୍ରିୟ ଦଳ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ସିଜନ ପାଇଁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଟମ୍ କୁରନଙ୍କୁ ଦଳରେ ସାମିଲ କରିଛି । କିନ୍ତୁ ଏହାପୂର୍ବରୁ ଏକ ବଡ଼ ଭୁଲ ପାଇଁ ବ୍ୟାନ୍ ହୋଇଛନ୍ତି କୁରନ୍ । ତେବେ ଏହି ବ୍ୟାନ୍ ତାଙ୍କୁ ଆଇପିଏଲ ପାଇଁ ଲାଗୁ ହୋଇନି । ବିଗ୍ ବାସ୍ ଲିଗର ୪ଟି ମ୍ୟାଚରେ ବ୍ୟାନ ହୋଇଛନ୍ତି ଟମ୍ କୁରାନ । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍ ବାସ୍ ଲିଗ୍ ରେ ସେ ସିଡନୀ ସିକ୍ସର ଦଳ ତରଫରୁ କେଳୁଛନ୍ତି । ତେବେ ପ୍ରାକ୍ଟିସ ସମୟରେ ଟମ୍ କୁରାନ ଅମ୍ପାୟାରଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହୋଇଛି । ହୋବର୍ଟ ହରିକେନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଅମ୍ପାୟାର ଏବଂ ଟମ୍ କୁରନଙ୍କ ମଧ୍ୟରେ ଏଭଳି ବିବାଦ ହୋଇଥିଲା ।

ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଟମ୍ କୁରନ ପ୍ରାକ୍ଟିସ ସମୟରେ ପିଚ୍ ଉପରେ ଦୌଡ଼ୁଥିଲେ । ଏହାକୁ ଅମ୍ପାୟାର ମନା କରିବାରୁ ସେ ଅମ୍ପାୟାରଙ୍କ ବିରୋଧରେ ଯିବାରୁ ଅମ୍ପାୟାର ୱିକେଟ ପାଖରେ ଠିଆ ହୋଇ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ କୁରନ୍ ଏହାକୁ ନ ମାନି ଅମ୍ପାୟାରଙ୍କ ଆଗରେ ଦୌଡ଼ିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ସିଡନୀ ସିକ୍ସରର ପ୍ରମୁଖ ରୋଚେଲ ହେନ୍ସ ମଧ୍ୟ ଟମ୍ କୁରନଙ୍କୁ ସମର୍ଥନ କରିଛନ୍ତି । ତେବେ କୁରନଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ବିଗ୍ ବାସ୍ ଲିଗରୁ ୪ଟି ମ୍ୟାଚ ପାଇଁ ବ୍ୟାନ୍ ଆଦେଶ ଜାରି ହୋଇଛି ।

Get real time updates directly on you device, subscribe now.