fbpx

ରିସର୍ଚ୍ଚ ରିପୋର୍ଟ କରିଦେଲା ଆଶ୍ଚର୍ଯ୍ୟ: ମହିଳାଙ୍କର ଆଖିର ଲୁହର ଗନ୍ଧ ପୁରୁଷଙ୍କର କ୍ରୋଧକୁ ହ୍ରାସ କରିବାରେ ସହାୟକ ହେଉଛି!

ନୂଆଦିଲ୍ଲୀ: ସାଧାରଣ ଭାବେ ଲୁହକୁ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟ ଭାବେ ଗଣାଯାଇଥାଏ । କୌଣସି ବିଷୟରେ ଭାବପ୍ରବଣ ହୋଇ କାନ୍ଦୁଥିବା ମହିଳାମାନେ ଅନେକ ସମୟରେ ସହାନୁଭୂତି ହାସଲ କରୁଥିବାର ଦେଖାଯାଇଥାଏ । ତେବେ ଏହା ମଧ୍ୟରେ ମହିଳାଙ୍କର ଲୁହକୁ ନେଇ ଆସିଛି ଏକ ବଡ଼ ଖବର । ମହିଳାଙ୍କର ଲୁହର ଗନ୍ଧ ପୁରୁଷଙ୍କର କ୍ରୋଧକୁ ହ୍ରାସ କରୁଥିବା ନେଇ ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ।

କୌଣସି ଦମ୍ପତ୍ତିଙ୍କ ମଧ୍ୟରେ କଳହ ଲାଗିଥିବା ସମୟରେ ଯଦି ମହିଳା ଜଣଙ୍କ ଲୁହ ଝରାଇ ଦିଅନ୍ତି ତେବେ ସେହି ସମୟରୁ ହିଁ ଉକ୍ତ ବିବାଦ ସମାପ୍ତ ହୋଇଯାଇଥାଏ । ମହିଳାଙ୍କର ଲୁହ ପ୍ରତି ପୁରୁଷଙ୍କର ଦୁର୍ବଳତା ରହିଥାଏ କୁହାଯାଇଥାଏ । ମାତ୍ର ଏହା ସତ ନୁହେଁ । ଏହା ମଧ୍ୟରେ ମହିଳାଙ୍କର ଲୁହକୁ ନେଇ ଆସିଥିବା ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମହିଳାଙ୍କର ଆଖିର ଲୁହ ପୁରୁଷଙ୍କର କ୍ରୋଧକୁ କମ୍ କରୁଥିବା କୁହାଯାଇଛି ।

ଇସ୍ରାଏଲର ବିଜମ୍ୟାନ ଇନଷ୍ଟଚ୍ୟୁଟ ଅଫ୍ ସାଇନ୍ସ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି, ମଣିଷର ଆଖିରରୁ ଏକ କେମିକାଲ ନିର୍ଗତ ହୋଇଥାଏ । ସେହି କେମିକାଲ ଆକ୍ରମଣ ସହ ସମ୍ବନ୍ଧିତ ମସ୍ତିଷ୍କର ଦୁଇଟି ଅଂଶର ପ୍ରକ୍ରିୟାକୁ କମ୍ କରିଦେଇଥାଏ । ସାମାଜିକ କ୍ଷେତ୍ରରେ ମହିଳାଙ୍କ କାନ୍ଦ ଅଧିକ ଗ୍ରହଣୀୟ ହୋଇଥିବା ବେଳେ ଏହି ଷ୍ଟଡିରେ ଅଧିକ ମହିଳା ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ତେବେ ଏଥିପାଇଁ ଦୁଇଟି ପୁରୁଷ ଓ ମାଇ ମୂଷାକୁ ପରୀକ୍ଷାରେ ସାମିଲ କରାଯାଇଥିଲା । ଆଖିର ଲୁହର ଗନ୍ଧ ଦ୍ୱାରା ଟେଷ୍ଟୋଷ୍ଟେରନ କମ୍ ହେଉଥିବା ଜଣାପଡ଼ିଥିଲା । ଲୁହକୁ ଶୁଙ୍ଘିବା ପରେ ପୁରୁଷଙ୍କ ମଧ୍ୟରେ ଟେଷ୍ଟୋଷ୍ଟେସନର ସ୍ତର କମ୍ ହେବା ଜଣାପଡ଼ିଥିଲା । ତେଣୁ ଲୁହ କ୍ରୋଧକୁ କମ୍ କରୁଥିବା ଜଣାପଡ଼ିଥିଲା । ତେବେ ଏହା ମଣିଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ଭାବେ ପ୍ରଭାବ ପଡ଼ିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.