fbpx

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ସଞ୍ଜୟ ସିଂହଙ୍କୁ ବଡ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସଞ୍ଜୟ ସିଂହଙ୍କୁ ଶୁକ୍ରବାର ଦିନଏକ ବଡ ଝଟକା ଲାଗିଛି। ସଞ୍ଜୟ ସିଂହଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଗୁରୁବାର (ଡିସେମ୍ବର ୨୧) ଦିନ, ଦିଲ୍ଲୀର ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କୋର୍ଟ AAP ନେତା ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତକୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୧ ରେ କୋର୍ଟ ସିଂହଙ୍କ ନ୍ୟାୟିକ ହେପାଜତକୁ ୧୦ ଦିନ ବୃଦ୍ଧି କରିଥିଲେ।

ବାସ୍ତବରେ, ଅନେକ ଘଣ୍ଟା ଧରି ତଦନ୍ତ ଏବଂ ପଚରାଉଚରା ପରେ ଇଡି ଅକ୍ଟୋବର ୪ ରେ AAP ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା।

Get real time updates directly on you device, subscribe now.