fbpx

ଧୂମପାନ କରୁଥିବା ବ୍ୟକ୍ତିମାନଙ୍କୁ AIIMS ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ: ମାଗଣାରେ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(AIIMS) ପକ୍ଷରୁ ଆସିଛି ବେଶ ଆଶ୍ଚର୍ଯ୍ୟଜନକ ତଥା ଅଜବ ନିମନ୍ତ୍ରଣ । ସାରା ଦେଶରେ ଧୂମପାନ କରୁଥିବା ଲୋକମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଛି । ଏଠାରେ ସେମାନଙ୍କୁ ସିଗାରେଟ ତଥା ଧୂମପାନ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ତେବେ ସେମାନଙ୍କର ସିଗାରେଟର ଅଭ୍ୟାସ ଛଡ଼ାଇବା ପାଇଁ ଏପରି ପଦକ୍ଷେପ ନେଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ତେବେ ୨୦୨୨ରେ ଫୁସଫୁସ କ୍ୟାନସରର ପ୍ରାୟ ୧ ଲକ୍ଷରୁ ଅଧିକ କେସ ଭାରତରେ ଦେଖିବାକୁ ମିଳିଥିଲା । ତେବେ ଏହି ରୋଗରେ ଅଧିକାଂଶ ରୋଗୀଙ୍କର ଚିକିତ୍ସା ଶେଷ ଅବସ୍ଥାରେ କରାଯାଇଥାଏ । ଯେଉଁ କାରଣରୁ ଏଥିରେ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଛି । ଏପରି କ୍ଷେତ୍ରରେ ଧୂମପାନ କରୁଥିବା ଲୋକମାନଙ୍କ ମଧ୍ୟରେ କମ ଡୋଜ ଯୁକ୍ତ କମ୍ପ୍ୟୁଡେଣ୍ଟ ଟେମୋଗ୍ରାଫିର ଉପଯୋଗ କରି ସ୍କ୍ରିନିଙ୍ଗ କରି ଫୁସଫୁସ କ୍ୟାନ୍ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଜାଣି ହୋଇଥାଏ ।

ଏହି ପରିପ୍ରେକ୍ଷୀରେ, ଫୁସଫୁସ କର୍କଟ ରୋଗର ଶୀଘ୍ର ନିରାକରଣରେ କମ ଡୋଜର ପ୍ରଭାବ ଦେଖିବାକୁ ଏମ୍ସର ଫୁସଫୁସ, କ୍ରିଟିକାଲ କେୟାର ଏବଂ ମେଡିସିନ ବିଭାଗ ଅଧ୍ୟୟନ ଜାରି ରଖିଛି । ଏହି ଅଧ୍ୟୟନରେ, ୫୦ ବର୍ଷରୁ ଅଧିକ ବୟସର ଭାରୀ ଧୂମପାନ କରୁଥିବା ବ୍ୟକ୍ତିମାନଙ୍କୁ ମାଗଣା ଲୋ-ଡୋଜ୍ ସିଟି ସ୍କାନ୍ କରିବାକୁ ପଡିବ । ଏମ୍ସ କହିଛି ଯେ ଏହାର ସୁଯୋଗ ନେବା ପାଇଁ ଯେଉଁମାନେ ଅଧିକ ଧୂମପାନ କରୁଛନ୍ତି ସେମାନଙ୍କୁ ଡାକ୍ତରଖାନା ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଉଛି ।

Get real time updates directly on you device, subscribe now.