fbpx

ବିନା ଅନୁମତିରେ ଘରେ କରିପାରିବେନି ମଦ ପାର୍ଟି, ଲାଗିଯିବ ଜରିମାନା, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଘରେ କୌଣସି ପାର୍ଟି ବା ଫଙ୍ଗସନ ରଖୁଛନ୍ତି ସେଠାରେ ଆପଣ ମଦ ପିଇପାରିବେନି । ଆଇନ ଅନ୍ୟୁାୟୀ, ଏଥିପାଇଁ ଆପଣଙ୍କୁ ବାର ଲାଇସେନ୍ସ ନେବାକୁ ପଡିବ । କମ୍ୟୁନିଟୀ ହଲ ବା ଘରେ ପାର୍ଟି କରିବା ପାଇଁ ଆପଣଙ୍କ ପାଖେ ଯଦି ଏହି ଲାଇସେନ୍ସ ନାହିଁ ତେବେ ଏହା ଆଇନ ଉଲ୍ଲଘଂନ ହେବ ଏବଂ ଏଥିପାଇଁ ଆପଣଙ୍କ ବିରୋଧରେ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆଇନ କେବଳ ଦିଲ୍ଲୀର ଗ୍ରେଟର ନୋଏଡା ପାଇଁ ହୋଇଛି । ତେବେ ଦିଲ୍ଲୀର ଗୌତମବୁଦ୍ଧ ନଗରର ଜିଲ୍ଲା ଅବକାରୀ ଅଫିସର ସୂବୋଧ କୁମାର ଶ୍ରୀବାସ୍ତବ ନ୍ୟୁଜ ଏଜଏନ୍ସି ପିଟିଆଇକୁ କହିଛନ୍ତି ଯେ, ଆଇନ ଉଲ୍ଲଘଂନ ପାଇଁ ଜରିମାନା ମଧ୍ୟ ଲାଗିପାରେ ।

ଲୋକମାନଙ୍କୁ ବର୍ତ୍ତମାନ ଅବକାରୀ ସମ୍ବୋଧିତ ନିୟମ ପ୍ରତି ଜାଗରଣ କରିବା ପାଇଁ ଅଥରିଟୀ ବର୍ତ୍ତମାନ ରେସିଡେଣ୍ଟସ ୱେଲଫେୟାର ଆସୋସିଏସନ ଏବଂ ଜନସାଧାରଣଙ୍କ ସହ ସଂପର୍କ କରୁଛନ୍ତି, ଯାହାଦ୍ୱାରା ଅକେଜନାଲ ଲାଇସେନ୍ସ ବିଷୟରେ କୁହାଯିବ । ସୁବୋଧ କୁମାର ଶ୍ରୀବାସ୍ତବ କହିଛନ୍ତ ଯେ, ଯଦି କିଏ ଏକ ଲାଇସେନ୍ସ ସହ ମଦ ଦେଉଛନ୍ତି ତାହା ପୁଣି ଯେକୌଣସି ରାଜ୍ୟରେ ବିକ୍ରି ପାଇଁ ତେବେ ଏହା ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଏହା ଉପରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

ପାର୍ଟିରେ ମଦ ପରସିବା ପାଇଁ ଏହି ପ୍ରକାରର ଅକେଜନାଲ ଲାଇସେନ୍ସ ଦୁଇ କାଟାଗୋରୀରେ ଉପଲବ୍ଧ ଅଟେ । ଗୋଟିଏ ହେଉଛି ଯେଉଁଠାରେ ଭିଡ କମ ଥିବ । ଏହି ପରି ଲାଇସେନ୍ସ ୪,୦୦୦ ଟଙ୍କାରେ ମିଳୁଛି । ଅନ୍ୟ ପ୍ରକାର ଲାଇସେନ୍ସ ହାସଲ କରିବା ପାଇଁ ୧୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ଅନୁଯାୟୀ, କମ୍ୟୁନିଟୀ ହଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟ ପ୍ରକାର ଭିଡ ପାର୍ଟିରେ ମଦ ପରଶାଯାଇପାରିବ । ଏହି ପ୍ରକାର ଦୁଇଟି ଅକେଜନାଲ ଲାଇସେନ୍ସ ଗୋଟିଏ ଦିନ ପାଇଁ ବୈଧ ଅଟେ । ଏହି ପ୍ରକାର ଲାଇସେନ୍ସ ହାସଲ କରିବା ପାଇଁ upexciseportal.in  ଉପରେ ଆପ୍ଲାଏ କରାଯାଇପରିବ ।

 

Get real time updates directly on you device, subscribe now.