fbpx

ରଖେ ହରି ତ’ ମାରେ କିଏ! ବଡ଼ ଧରଣର ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲା ଦମ୍ପତ୍ତିଙ୍କ ଜୀବନ

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ’ ମାରେ କିଏ । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଇଟାଲୀର ଏକ ଦମ୍ପତ୍ତି । ଦୁହେଁ ଅଲଗା ଅଲଗା ବିମାନ ଯୋଗେ ନିଜ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଉଭୟଙ୍କର ପ୍ଲେନ କ୍ରାଶ ହୋଇଥିଲା । ତେବେ ଏହି କ୍ରାଶରେ ଉଭୟ ବଞ୍ଚିଯାଇ ସୁରକ୍ଷିତ ଭାବରେ ଫେରିଆସିଥିଲେ । ତେବେ ଏହାକୁ ସେମାନେ ଭଗବାନଙ୍କର ଚମକ୍ରାର ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇଟାଲୀର ବାସିନ୍ଦା ଷ୍ଟେଫାନୋ ପିରେଲୀ ଏବଂ ତାଙ୍କର ବାନ୍ଧବୀ ଆଣ୍ଟୋନିୟୋଟା ଡେମାସୀ ନିଜ ବନ୍ଧୁମାନଙ୍କ ସହିତ ଲଞ୍ଚ କରିବା ପାଇଁ ଯାଇଥିଲେ । ତେବେ ଭୋଜନ ଶେଷ ହେବା ପରେ ସେମାନେ ଏକ ସହରକୁ ବୁଲିବାକୁ ଯିବାର ଯୋଜନା କରିଥିଲେ । ତେବେ ସେମାନେ ସେଠାକୁ ଦୁଇଟି ଅଲଗା ଅଲଗା ବିମାନ ଯୋଗେ ଯାତ୍ରା କରିଥିଲେ । ତେବେ ରାସ୍ତାରେ ଷ୍ଟେଫାନୋଙ୍କ ବିମାନ ଇଞ୍ଜିନରେ କିଛି ତ୍ରୁଟି କାରଣରୁ ତାଙ୍କ ବିମାନ କ୍ରାଶ ହୋଇଥିଲା । ଅନ୍ୟ ଏକ ବିମାନରେ ଯାତ୍ରା କରୁଥିବା ଡେମାସୀଙ୍କ ବିମାନ ମଧ୍ୟ ଏକା ସମୟରେ କୌଣସି କାରଣବଶତଃ କ୍ରାଶ ହୋଇଯାଇଥିଲା ।

ତେବେ ଉଭୟଙ୍କର ପ୍ଲୋନ କ୍ରାଶ ହେବା ସତ୍ତ୍ୱେ ମଧ୍ୟ ଉଭୟଙ୍କର କିଛି କ୍ଷତି ହୋଇନଥିଲା । ଦୁହେଁ ସୁରକ୍ଷିତ ଭାବରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଡେମାସୀ ଅଳ୍ପ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ଅନ୍ୟମାନଙ୍କ ସହିତ ଏହି ଦମ୍ପତ୍ତିଙ୍କୁ ମଧ୍ୟ ହସ୍ପିଟାଲ ପଠାଇଥିଲେ । ତେବେ ସେଠାରେ ଡାକ୍ତର ସେ ସୁସ୍ଥ ଥିବା କହିଥିଲେ । ତେବେ ଏହି ଘଟଣା ପରେ ଉଭୟ ଭଗବାନଙ୍କୁ ଧନ୍ୟବାଦ ଦେବା ପରେ ଏହାକୁ ଚମକ୍ରାର ବୋଲି କହିଛନ୍ତି ।

Get real time updates directly on you device, subscribe now.